Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଦକ୍ଷିଣ ଓଡ଼ିଶା ପ୍ରତି ରେଳ ବିଭାଗର ଅବହେଳା ବିରୁଦ୍ଧରେ ପ୍ରତିବାଦ #ଖୋଦ୍ଧା DRM ଅଫିସ ଘେରାଉ

 

ଦକ୍ଷିଣ ଓଡିଶାର ଗଣସଙ୍ଗଠନ ମାନଙ୍କ ମିଳିତ ମଞ୍ଚ 'ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି' ତରଫରୁ ଖୋର୍ଦ୍ଧାରୋଡ଼ ରେଳ ପ୍ରବନ୍ଧକ କାର୍ଯାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

100 ବର୍ଷ ରୁ ଉଦ୍ଧ ସମୟ ଧରି ଦାବି କରାଯାଇ ଆସୁଥିବା

ଗୋପାଳପୁର (#ବ୍ରହ୍ମପୁର)- ରେଢ଼ାଖୋଲ (ସମ୍ବଲପୁର ),

ଗୋପାଳପୁର- ସିଙ୍ଗାପୁର ରୋଡ (ରାୟଗଡା ),

ଗୋପାଳପୁର- ତାଳଚେର ରେଳପଥ ଭାୟା ତାରା ତାରିଣୀ ଶକ୍ତିପୀଠ

ନିର୍ମାଣକୁ ଜାଣିଶୁଣି ଅବହେଳା କରାଯାଉଛି। ବାରମ୍ବାର ସର୍ଭେ କରାଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ ତଥା ଆର୍ଥକ ଅନୁମୋଦନକରାଯାଇଥିଲେ ମଧ୍ୟ ଏହାକୁ କାଯ୍ୟକ୍ଷମ ତଥା ଆର୍ଥିକ ଅନୁମୋଦନ କରାଯାଉନାହିଁ ଫଳରେ ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡିଶା ସହ ସିଧାସଳଖ ଯୋଗାଯୋଗ ଓ ସାମାଜିକ ଅର୍ଥନୈତିକ ପ୍ରଗତି ବାଧାପ୍ରାପ୍ତ ହେଉଛି। ସେହିପରି,

ଗୁଣୁପୁର-ଥେରୁବାଲି ରେଳପଥ କାର୍ଯ୍ୟ,

ଜୟପୁର- ମାଲକାନଗିରି ଓ ଜୟପୁର- ନବରଙ୍ଗପୁର ରେଳପଥ କାର୍ଯ୍ୟ ଅତି କଚ୍ଛପ ଗତିରେ ଚାଲିଛି। ସେହିପରି

ଜୁନାଗଡ଼-ଗୋପାଳପୁର ଭାୟା କନ୍ଧମାଳ ରେଳପଥ କାର୍ଯ୍ୟ କେବଳ ସର୍ଭେ ରେ ରହିଯାଇଛି। ଏହି ସବୁ କାମକୁ ଗତିଶକ୍ତି ଅଧୀନରେ ଅନୁର୍ଭୁକ୍ତ କରାଯାଇ ତ୍ବରାନ୍ବିତ କରାଯାଉ।

ଏଥିସହ ରାଜ୍ୟର ସର୍ବପ୍ରଥମ ଓ ସର୍ବ ପୁରାତନ ତଥା 130 ବର୍ଷର ପୁରୁଣା ବ୍ରହ୍ମପୁର ରେଳ ଷ୍ଟେସନ, ଅମୃତ ଭାରତ ରେଳ ଷ୍ଟେସନ ମାନ୍ୟତା ପାଇଥିବା ଏବଂ ଓଡ଼ିଶାର ତିନି ଗୋଟି NSG-2 ଷ୍ଟେସନ ଭିତରେପାଇଥିବା ଏବଂ ଓଡ଼ିଶାର ତନ ଗୋଟ NSG-2 ଷ୍ଟେସନ ଭିତରେ (ଭୁବନେଶ୍ବର, ପୁରୀ ଏବଂ ବ୍ରହ୍ମପୁର) ରହିଛି। ବ୍ରହ୍ମପୁରର ଆୟ ବାର୍ଷିକ 100 କୋଟିରୁ ଉଦ୍ଧ ରହିଥ‌ିବାବେଳେ ଯାତ୍ରୀ ସଂଖ୍ୟା ବାର୍ଷିକ ହାରାହାରି 72 ଲକ୍ଷରୁ ଅଧୂକା ରହିଛି। ଭୁବନେଶ୍ବର ଓ ପୁରୀର ବିକାଶ ପାଇଁ 400 ଓ 300 କୋଟି ଦିଆଯାଇ ଥିବାବେଳେ ଓଡ଼ିଶାର 5 ନମ୍ବର ଷ୍ଟେସନ କଟକର ଓ ୮ ନମ୍ବର ସମ୍ବଲପୁରର ବିକାଶ ପାଇଁ 350 ଓ 300 କୋଟିରୁ ଅଧୂକା ଅର୍ଥ ଦିଆଯାଇଥ‌ିବା ବେଳେ ବ୍ରହ୍ମପୁର ଷ୍ଟେସନର ଅନୁସାଙ୍ଗିକ ବିକାଶ ପାଇଁ ମାତ୍ର 93.19 କୋଟି ଦିଆଯିବା କେତେ ଦୂର ଯୁକ୍ତି ସଙ୍ଗତ? ପ୍ରଶ୍ନ ଉଠୁଛି 100 କୋଟିରୁ ଅଧୂକ ବାର୍ଷିକ ଆୟ କରୁଥିବା ବ୍ରହ୍ମପୁ ବ୍ରହ୍ମପୁର ଭଳି ଓଡ଼ିଶାର ସର୍ବପୁରାତନ ଷ୍ଟେସନ ପାଇଁ ଏହି ନୂତନ କୋଠାର ଡ଼ିଜାଇନ ଉପଯୁକ୍ତ କି? ରାଜ୍ୟର ସବୁ ବଡ ଷ୍ଟେସନରେ ବୃହତ୍ତ ରୁଫପ୍ଲାଜା ଓ ନୂତନ ଭବ୍ୟ କୋଠା ନିର୍ମାଣ ଚାଲିଥିବାବେଳେ ବ୍ରହ୍ମପୁରରେ ମଧ୍ଯ ଫୁଟଫଲ ଆଧାର କରି ସେହିଭଳି ଭାବେ ରୂଫ ପ୍ଲାଜା ନିର୍ମାଣ କରାଯାଉ ଓ ଷ୍ଟେସନର ଐତିହ କୁ ଦୃଷ୍ଟିରେ ରଖ୍ ଏହାର ମୁଖଶାଳା ନିର୍ମାଣ କରାଯାଉ।
ଗୋଳନ୍ଥରା କୋଚିଙ୍ଗ_ଡିପୋ ଆବଶ୍ୟକତା ଦୃଷ୍ଟିରୁ ତୁରନ୍ତ ଆର୍ଥକ ଅନୁଦାନ, ବ୍ରହ୍ମପୁରକୁ ବିଶ୍ବ ସ୍ମରୀୟ ଷ୍ଟେସନ ଭାବେ ବିବ ବିକାଶକୁ ତ୍ବରାନ୍ବିତ କରାଯାଉ, ବ୍ରହ୍ମପୁର ଷ୍ଟେସନରେ କେ କେତୋଟି ସାପ୍ତାହିକ ଓ ଋତୁ କାଳୀନ ଟ୍ରେନ ରହିବା ଅତ୍ୟନ୍ତ ଆବଶ୍ୟକତା ଥିବାବେଳେ ଏହାର ବ୍ୟତିକ୍ରମ ଭାବେ ପଲାସାରେ ରହଣି ବ୍ୟବସ୍ଥା ଥିବାବେଳେ ବ୍ରହ୍ମପୁର ରେ କାହିଁକି ବ୍ୟତିକ୍ରମ?
Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS