ଆଜି ସମସ୍ତଙ୍କୁ ଚକିତ କଲାଭଳି ଘଟଣା ଘଟିଛି ପଳଉପଲ୍ଲୀ ନିକଟରେ | ଓଲମ୍ବା ପଞ୍ଚାୟତ ସ୍ତିତ ମହୁଲପଲ୍ଲୀ ଗ୍ରାମର ଏକ ପରିବାରରୁ ଦୁଇ ବୃଦ୍ଧଙ୍କ ସହ ଅନ୍ୟ ଦୁଇ ଜଣ ଧରାକୋଟ ବ୍ୟାଙ୍କରୁ ଟଙ୍କା ଉଠାଇ ଘର ଅଭିମୁଖେ ଯାଉଥିବା ବେଳେ ପଳଉପଲ୍ଲୀ ନିକଟରେ ଅଟୋ ଭରାସାମ୍ୟ ହରାଇ ରାସ୍ତା କଡରେ ଥିବା ବଡ ଗଛରେ ଧକା ହୋଇ ଦୁର୍ଘଟଣା ଘଟି ଥିବା ଦେଖିବାକୁ ମିଳିଛି |ଉକ୍ତ ଦୁର୍ଘଟଣାରେ ଏକ ପରିବାରରୁ ଚାଳକ ସହ ଚାରିଜଣ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଚାଳକଙ୍କ ଅବସ୍ଥା ସାଙ୍ଘାତିକ ଥିବା ଜଣାପଡିଛି | ସୂଚନା ଥାଉକି ଅତ୍ୟଧିକ ବୃଦ୍ଧ,ବୃଦ୍ଧା ହୋଇଗଲେ ହାତର ଟିପ ବା ବାୟୋମେଟ୍ରିକ କାମ କରେନାହିଁ ତେଣୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ | ଅନେକ ସମୟରେ ଅନେକ ବୃଦ୍ଧ ବ୍ୟାଙ୍କ ଯିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ଯଦି ଆଜି ଦୁର୍ଘଟଣା ଘଟିଛି ତାହା ପାଇଁ ଭତା ବଣ୍ଟନ କରୁଥିବା ଅଧିକାରୀ ମାନେ ସମ୍ପୂର୍ଣ ଦାୟୀ ବୋଲି କହିଥିଲେ ସମ୍ପୃକ୍ତ ହିତାଧିକାରୀ | ସୂଚନା ଅନୁସାରେ ଯେଉଁମାନେ ଅତ୍ୟଧିକ ବୃଦ୍ଧ,ବୃଦ୍ଧା ବ୍ୟକ୍ତି ସରକାରଙ୍କ ନିୟମ ଅନୁସାରେ ହିତାଧିକାରୀ ମାନଙ୍କ ଘରେ ଭତା ଦେବା ନିୟମ ରହିଥିବା ବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଓଳମ୍ବ ପଞ୍ଚାୟତରେ | ଏହାର ସଠିକ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳ ବସି |


