ଶ୍ରୀରାମ ନବମୀ ଅବସରରେ ଚଳଚଞ୍ଚଳ ଗାଁ ଠୁ ସହର। ମର୍ଯ୍ୟାଦା ପୁରୁଷ ରାମ ଙ୍କ ଜନ୍ମ ଦିବସକୁ ବହୁ ଆଡମ୍ବର ସହ ହିନ୍ଦୁଧର୍ମି ମାନେ ପାଳନ କରିଛନ୍ତି । ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ଠାରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଶହ ଚାରିଚକିଆ ଜlନର ଡିଜେ ସହ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଂଗଠକ କୃଷକମୋର୍ଚା ସୁନୀଲ ମହାନ୍ତି ଙ୍କ ନେତୃତ୍ୱ ରେ ଆୟୋଜିତ ହେଉଥିବା ଏହି ଶୋଭା ଯାତ୍ରା ରେ ବିଜେପି ଯୁବ ନେତା ଅମ୍ବିକା ପଣ୍ଡା ଯୋଗ ଦେଇଥିବା ବେଳେ ପୃର୍ବତନ ଜିଲ୍ଲା ପରିଷଦସଭ୍ୟ ଗଦାଧର ସ୍ୱାଇଁ,ସମସ୍ତ ମଣ୍ଡଳ ସଭାପତି, ଯୁବନେତା ଦେବାଶିଷ ମିଶ୍ର, ମାନସ ରଞ୍ଜନ ନାୟକ,, ୟୁ ପାପା ରାଓ, ଜିତେନ୍ଦ୍ର ବିଶୋଇ, ସମୀର ସ୍ୱାଇଁ, ଙ୍କ ଶହ ହଜାର ହଜାର ରାମଭକ୍ତ ଉପସ୍ଥିତ ରହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ସମସ୍ତ ରାମଭକ୍ତ ଙ୍କ ଜୟ ଶ୍ରୀରାମ ନାରା ରେ ଧରାକୋଟ ବ୍ଲକ ର ସମସ୍ତ ଗ୍ରାମ ପ୍ରକମ୍ପିତ ହୋଇଥିଲା l ଏଥିରେ ହଜାର ହଜାର ରାମ ଭକ୍ତ ଓ ବିଜେପି କର୍ମୀ ଯୋଗ ଦେଇଥିଲେ l


