Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ରାଜ୍ୟ ବରିଷ୍ଠ ମହିଳା ହ୍ୟାଣ୍ଡବଲ୍ ଦଳରେ ଗଞ୍ଜାମ ଜିଲ୍ଲାର ୪ ପ୍ରତିଯୋଗୀ


  ଚଳିତ ମାସ ୩୦ ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ବରେଲି ଠାରେ ଅନୁଷ୍ଠିତ ହେବାକୁ ଥ‌ିବା ଜାତୀୟ ବରିଷ୍ଟ ମହିଳା ହ୍ୟାଣ୍ଡବଲ୍‌ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଦଳର ୧୮ ଜଣିଆ ପ୍ରତିଯୋଗୀ ଯାତ୍ରା କରିଛନ୍ତି ।

ଏଥୁରେ ଗଞ୍ଜାମ ଜିଲ୍ଲାର ଜି ଜ୍ୟୋତି ପାତ୍ର ଅଧୂନାୟକ ରୂପେ ଦାୟିତ୍ଵ ତୁଲାଉଥ‌ିବା ବେଳେ ଗଞ୍ଜାମର ଅନ୍ୟ ତିନି ପ୍ରତିଯୋଗୀ ତଥା ବର୍ଷାରାଣୀ ସେଠୀ, ଅଙ୍କିତା ପଟ୍ଟନାୟକ ଓ ସଞ୍ଜନା କୁମାରୀ ସ୍ବାଇଁ ମଧ୍ୟ ଦଳ ସହ ଯାତ୍ରା କରିଛନ୍ତି । ଗତ ଡିସେମ୍ବର ମାସରେ ପୁରୀ ଠାରେ ଆୟୋଜିତ ହୋଇଥିବା ଅନୁ ଜିଲ୍ଲା ହେଣ୍ଡ ବଲ୍‌ ପ୍ରତି ଯୋଗିତାରେ ଗଞ୍ଜାମ ଜିଲ୍ଲା ଉନ୍ନତ ମାନର ଖେଳ ପ୍ରଦର୍ଶନ ସହ ରନର୍ସ ହୋଇଥିଲା । ତେବେ ଉପରୋକୁ ଏହି ୪ ପ୍ରତିଯୋଗୀ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡିଆ ଠାରେ ନିୟମିତ ଭାବେ ଏହି ପ୍ରତିଯୋଗୀମାନେ ଏନ୍ ଆଇ ଏସ୍ ହ୍ୟାଣ୍ଡବଲ୍‌ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଙ୍କ ଠାରୁ ତାଲିମ ଲିମ ନେଉଛନ୍ତି ।

ଏଥୂ ପୂର୍ବରୁ ଜ୍ୟୋତି ଓ ବର୍ଷା ତିନି ଥର ଜାତ ଜାତୀୟ ବରିଷ୍ଟ ମହିଳl ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସେହିପ ପରି ଅଙ୍କିତା ଓ ସଞ୍ଜନା ଜୁନିୟର ଜାତୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଛନ୍ତି । ଏହି ଲ୍ ସଂଘର କାର୍ଯ୍ୟକ ଖେଳାଳିଙ୍କ ସଫଳତା ପାଇଁ ଜିଲ୍ଲା ହ୍ୟାଣ୍ଡବଲ୍ କାରୀ ସଭାପତି ଅଶୋକ କୁମାର ଶୁକ୍ଳ, ଉପସଭାପତି ରାଜେଶ କୁମାର ସାହୁ, ସମ୍ପାଦକ ସୁରେଶ ଚନ୍ଦ୍ର ପାଢି, ସାଂଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧ୍ୟକ୍ଷ ଡାକ୍ଟର ମନୋଜ କୁମାର ପାତ୍ର, ଏନ୍ ଆଇ ଏସ୍ କୋଚ୍ ପ୍ରଶାନ୍ତ କୁମାର ରଥ, ବରିଷ୍ଠ ଖେଳାଳି ଅଭିନାଶ ମେଦି ଓ ସନ୍ଦୀପ କୁମାର ପାତ୍ର ପ୍ରମୁଖ ଶୁଭେଛା ଜଣାଇଛନ୍ତି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS