ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନୁର୍ଗତ ବାଲିଛାଇ ଫାଣ୍ଡି ଅଧିକାରୀ ଏକ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ଡ୍ୟୁଟି ସମୟରେ ସେ ନିଜ ବେକରେ ବିଜେପିର ଦଳୀୟ ଉତ୍ତରୀୟ ପକାଇ ଲୋକଙ୍କ ଗହଣରେ ଥୂବା ଦେଖିବାକୁ ମିଳିଛି। ରାଜ୍ୟରେ ‘ଡବଲ ଇଞ୍ଜିନ’ ସରକାର ଆସିବା ପରେ ପ୍ରଶାସନିକ କଳ ଓ ପୋଲିସ ବିଭାଗର କିଛି ଅଧିକାରୀ ଶାସକ ଦଳର ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି କାର୍ଯ୍ୟ କରୁଥିବା ଚର୍ଚ୍ଚା ଜୋର ଧରିଛି।
ଜଣେ ସରକାରୀ କର୍ମଚାରୀ, ବିଶେଷ କରି ପୋଲିସ ବିଭାଗର ଅଧୂକାରୀ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଚିହ୍ନ ବା ଉତ୍ତରୀୟ ବ୍ୟବହାର କରିବା ପୋଲିସ ମାନୁଆଲ୍ ଏବଂ ଆଚରଣ ବିଧୂର ଉଲଂଘନ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଫାଣ୍ଡି ଅଧୂକାରୀଙ୍କ ଏଭଳି ‘ବୋଲକରା’ ସଦୃଶ କାର୍ଯ୍ୟକଳାପକୁ ବିଭିନ୍ନ ସ୍ତରରେ ନିନ୍ଦା କରାଯାଇଛି।
ପୋଲିସ ବର୍ଦ୍ଦିର ମର୍ଯ୍ୟାଦା ଉଲଂଘନ କରିଥିବା ଏହି ଅଧୂକାରୀଙ୍କ ବିରୋଧରେ ରାଜ୍ୟ ସରକାର ଓ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଏବେ ସାଧାରଣ ମରେ ବ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


