ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମର କହ୍ନେଇ ମହାରଣାଙ୍କ ପୁଅ ଭୂଷଣ ମହାରଣା ( 71) ନିକଟସ୍ଥ ଋଷିକୁଲ୍ୟା ମୁଖ୍ୟ କେନାଲ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗୋଡ ଖସି ଯିବାରୁ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । କୁସରାବ ଗାଁ ନିକଟରୁ ଭୂଷଣ ମହାରଣା ଭାସିଯିବା ପରେ ପ୍ରାୟ ଦୁଇ କିମି ପରେ ତାଙ୍କ ଶବକୁ ଧରାକୋଟ ଅଗ୍ନିଶମ ବିଭାଗ ଓ ପୁଲିସ ତରଫରୁ ଉଦ୍ଧାର କରାଯାଇଥିଲା । ଧରାକୋଟ ପୋଲିସ 12/26 ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛି।


