Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ

 



ଧରାକୋଟ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ନିକଟସ୍ଥ ମୁକ୍ତେଶ୍ୱର ମନ୍ଦିର ପରିସରରେ ପାଳନ ହୋଇଯାଇଛି । ସଭାପତି ସୁରେଶ କୁମାର ସିଂହ ଙ୍କ ପୌରୋହିତ୍ୟ ରେ ଉପ ସଭାପତି ସୁରେଶ ଚନ୍ଦ୍ର ଗୌଡ ଓ ଉପଦେଷ୍ଟା ଏନ କଂଗ୍ରେସ ରେଡ୍ଡୀ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଠର ଗୋଟି ପଞ୍ଚାୟତ ର କମିଟି ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ସଂଘ ପକ୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ ପଦ୍ଧତି ପାଇଁ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ଓ ଅଗ୍ନିଶମ ବିଭାଗ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଦାଉରୁ ଉଦ୍ଧାର, ପାଣି ଭିତରୁ ଉଦ୍ଧାର,ଦୁର୍ଘଟଣା ଶିକାର ଲୋକଙ୍କୁ ତତ୍କାଳ ସହଯୋଗ ସମ୍ପର୍କୀୟ ଡେମୋ ପ୍ରଦର୍ଶନ କରାଯାଇଥିଲା । ସଂଘ ପକ୍ଷରୁ ଟ୍ରାଫିକ ନିୟମ, ନିଶା ନିବାରଣ, ସାଧାରଣ ଜନତା ଙ୍କୁ ସମ୍ମାନ ଦେବା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS