Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ପୃର୍ବ ଶତ୍ରୁତା କେନ୍ଦ୍ର କରି ଜାଳି ଦେଲେ ପାଞ୍ଚକୋଟି ଟଙ୍କର କାଜୁଫ୍ୟାକ୍ଟ୍ରି l



ପୂର୍ବ ଶତ୍ରୁତା ରୁ କାଜୁ ଫ୍ୟାକ୍ଟ୍ରି ରେ ନିଆଁ ଲଗେଇ ଦେଲେ ଦୁର୍ବୃତ୍ତ । ପୋଡିଗଲା ୫ କୋଟି ଟଙ୍କାର ମେସିନ ଓ କାଜୁ । ସିସିଟିଭି ଭାଙ୍ଗି ହାର୍ଡ ଡିସ୍କ ନେଇଗଲେ ଦୁର୍ବୃତ୍ତ।ବେଗୁନିଆପଡ଼ା ଥାନା ତାଳସର ଗ୍ରାମରେ ଥିବା ହ୍ୟୁମାନିଟି କାଜୁ ଇଣ୍ଡଷ୍ଟ୍ରି ରେ ଆଜି ସକାଳୁ ନିଆଁ ଲାଗିଥିବା ମାଲିକ ସୀମାଞ୍ଚଳ ଜେନା ଦେଖିଥିଲେ । ଫେକ୍ଟ୍ରି ଭିତର କୁ ଯିବା ବେଳେ ଦେଖିବାକୁ ମିଳିଥିଲା କାଜୁ ଫେକ୍ଟ୍ରୀ ର ଥିବା ସମସ୍ତ କବାଟ ତାଲା ଭାଙ୍ଗି ରହିଥିବା ବେଳେ ଫ୍ୟାକ୍ଟ୍ରି ଭିତରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି କିଛି ଦୁର୍ବୃତ୍ତ ଫେକ୍ଟ୍ରୀ ଭିତରକୁ ତାଲା ଭାଙ୍ଗି ପଶିବା ସହ ନିଆଁ ଲଗାଇଛନ୍ତି। ସେପଟେ ଫେକ୍ଟ୍ରୀ ରେ ଲାଗିଥିବା ସିସିଟିଭି ର ତାର କାଟିବା ସହ ହାର୍ଡ ଡିସ୍କ କୁ ସାଙ୍ଗରେ ନେଇ ଯାଇଛନ୍ତି ଦୁର୍ବୃତ୍ତ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS