ଆୟ ବର୍ହିଭୂତ ସମ୍ପତ୍ତି ଠୁଳ,ସହକାରୀ ଯନ୍ତ୍ରୀଙ୍କ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ।
March 26, 2026
0
ଭଞ୍ଜନଗର ଡହ ଜଳ ସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରା ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୫ ଗୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ବ୍ରହ୍ମପୁର ବସନ୍ତ ବିହାରର ରହୁଥିବା ଘରେ, ଭଞ୍ଜନଗର ସରକାରୀ କ୍ୱାର୍ଟର ଓ ଭଞ୍ଜନଗର ଅଫିସ, ପୈତୃକ ଘର ପୋଲସରା ରାଣିପଡା ଏବଂ ତାଙ୍କ ସମ୍ପର୍କୀୟମାନଙ୍କ ଘର ବ୍ରହ୍ମପୁର ଭିମ ନଗର ରେ ଚଢାଉ ଜାରୀ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି।ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ଠାରେ ଭିଜିଲାନ୍ସ ଟିମ ଚଢ଼ାଉ ସମୟରେ ନଗଦ ଟଙ୍କା ସହ ସୁନା କଏନ ଜବତ କରିଛି।ଏହି ଚଢ଼ାଉ ରେ ବହୁ ଉଚ୍ଚ ପ୍ରଦସ୍ତ ଭିଜିଲାନ୍ସ ଅଫିସର ସାମିଲ ହୋଇଥିଲେ।ଭଞ୍ଜନଗର ବାସଭବନରେ ଡ଼ିଏସପି ଜଗବନ୍ଧୁ ଅଙ୍ଗାରିଆ, ରାଜେନ୍ଦ୍ର ନାୟକ, ଲିସା ରାଣୀ ସେଠି,ଶରତ ପାତ୍ର ପ୍ରମୂଖ ସାମିଲ ଥିଲେ ।
Tags


