ଧରାକୋଟ ରାଷ୍ଟ୍ରୀୟ ସାୟଂ ସେବକ ସଂଘ ମୁଣ୍ଡମରାଇ ଭଗତ ସିଂ ପ୍ରଭାତ ଶାଖା ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଜାଇଛି l ପ୍ରାତଃ ପାଞ୍ଚ ଘଣ୍ଟ ସମୟରେ ସଂଘ କାର୍ଯ୍ୟଳୟରେ ଧ୍ଵଜା ଅର୍ପଣ କରି ସରସଂଘ ଚାଳକ ପ୍ରଣାମ କରାଯାଇଥିଲା l ସକାଳ ଛଅ ଘଣ୍ଟ ସମୟରେ ନଗର ସଙ୍କୀର୍ତ୍ତନ କରି ପ୍ରଭାତ ଫେରି ହୋଇଥିଲା l ଏହାପରେ ଗ୍ରାମର ତ୍ରିନାଥ ମଣ୍ଡପ ଠାରେ ମଧ୍ୟାହ୍ନ ସମୟରେ ଏକ ଜଳ ଯୋଗର ବ୍ୟବସ୍ଥା ସହ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିଲା l ସନ୍ଧ୍ୟା ସମୟରେ ମଣ୍ଡପ ଠାରେ ମହାମନ୍ତ୍ର ଓ ହନୁମାନ ଚାଳିଶା ପଠନକରି ବିଶ୍ଵ ଶାନ୍ତି ଓ ମଙ୍ଗଳ କାମନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଂଘର ଖଣ୍ଡ କାର୍ଯ୍ୟବାହା ରାଜନିକାନ୍ତ ସାହୁ ,ବୌଦ୍ଧିକ ପ୍ରମୁଖ ଗଣେଶ ଚନ୍ଦ୍ର ପାତ୍ର, ଚିଦାନନ୍ଦ ପାତ୍ର, ସୁଶ୍ରୀଳ ବେହେରା, ସନ୍ତୋଷ ପାତ୍ର, ଅରୁଣ କୁମାର ପାଣିଗ୍ରାହୀ, ସୀତାରାମ ସାହୁ, ପ୍ରଦୀପ ଜେନା, ଜୟରାମ ପାତ୍ର, ଜିତେନ୍ଦ୍ର ସାହୁ, ସେବା ପ୍ରମୁଖ ଦୀନବନ୍ଧୁ ମହାରଣା ସହଯୋଗ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ l


