ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ କାନଗିରିଡି ଗ୍ରାମରେ ନୂତନ ଭାବରେ ନିର୍ମିତ ମା ଦଣ୍ଡକାଳି ମହାଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ଅଙ୍କୁରା ରୋପଣ ପରେ ଆଜି ଶନିବାର ଦିନ ନାମ କର୍ମ ଆରମ୍ଭ, ଶାଲା ସଂସ୍କାର,ବ୍ରାହ୍ମଣ ବରଣ ପରେ ନମଯଜ୍ଞ ଓ ଅର୍ଣ୍ଣ ପ୍ରସାଦ ଆରମ୍ଭ ହୋଇଛି । ଏହା ଦୀର୍ଘ ପାଞ୍ଚ ଦିନ ଧରି ଚାଲିବ । ଆସନ୍ତା 25 ତାରିଖ ଦିନ ମହାଦେବୀ ଙ୍କ ସିଂହାସନ ଆରୋହଣ ପରେ ପୂର୍ଣ୍ଣାହୂତି ପ୍ରଦାନ କରି ଜ୍ଞାନଯଜ୍ଞ ର ସମାପନ ହେବ । ଏଥିରେ କର୍ତ୍ତା ଭାବରେ ଅଶୋକ ପଣ୍ଡା,ଦୟାନିଧି ପ୍ରଧାନ, ସିମାଞ୍ଚଳ ପଣ୍ଡା, ସୁବାସ ଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ପଣ୍ଡା,ସୁଧାଂଶୁ ଶେଖର ମହାରଣା ଓ କଂଗ୍ରେସ ଗୌଡ଼ ଦାୟିତ୍ଵ ତୁଲାଉଛନ୍ତି । ପ୍ରତିଷ୍ଠା ଉତ୍ସବ ରେ ପଣ୍ଡିତ କୈଳାସ ଚନ୍ଦ୍ର ମିଶ୍ର,ମୁନା ମିଶ୍ର,ପବିତ୍ର ମିଶ୍ର ,ଜଗଦୀଶ ମିଶ୍ର,ଅଶ୍ଵିନୀ ଷଡ଼ଙ୍ଗୀ, ଚନ୍ଦ୍ର ପାଣି ମିଶ୍ର, କାଳୁଚରଣ ମିଶ୍ର,ମନୋରଞ୍ଜନ ମିଶ୍ର,ଅବନୀ ମିଶ୍ର,ପ୍ରଦୀପ ମିଶ୍ର,ମନୋଜ ମିଶ୍ର,ରଶ୍ମି ମହାପାତ୍ର ଓ ଭଗବତୀ ମିଶ୍ର ଯଜ୍ଞ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । କାନଗିରିଡି ଗ୍ରାମବାସୀ ଏଥିରେ ସହଯୋଗ ପ୍ରଦାନ କରୁଛନ୍ତି ।


