Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଧରାକୋଟରେ ଦେଶପ୍ରେମର ମାହୋଲ, ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ବିଶାଳ ରାଲି ।

 


ସ୍ୱାଧୀନତା ଦିବସ ପୂର୍ବରୁ ଧରାକୋଟରେ ଦେଶପ୍ରେମ ଓ ଉତ୍ସାହର ସହ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅନୁଷ୍ଠିତ ହୋଇଛି। 

ଏହି ଶୋଭଯାତ୍ରା ସୁନୀଲ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଶତାଧିକ କର୍ମୀ କୁ ନେଇ ଧରାକୋଟ ମାଉସୀ ମା ମନ୍ଦିର ଠାରୁ ଆରମ୍ଭ ହୋଇ ଜାନିବିଲି , 

ମୁଣ୍ଡମରାଇ ହୋଇ ଗଡ ଦାମୋଦର ପଲି ଠାରେ ଏହି ମୋଟର ସାଇକେଲ ଯାତ୍ରା ଶେଷ ହୋଇଥିଲା । ଏହି ମୋଟର ସାଇକେଲ ଶୋଭଯାତ୍ରାରେ ପୂର୍ବତନ ରାଜ୍ୟ ସଂଯୋଜକ ସୁନୀଲ କୁମାର ମହାନ୍ତି , ଆସ୍କା ଘୁମୁସର ସାଂଗଠନିକ ଜିଲ୍ଲାର ଓବିସି ଜିଲ୍ଲା ସଭାପତି ଗଦାଧର ସ୍ବାଇଁ , ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ , ଧରାକୋଟ ବ୍ଲକ ର ଯୁବନେତା ମାନସ ରଞ୍ଜନ ନାୟକ , ମିଥୁନ ପ୍ରଧାନ , ମାଣିକପୁର ମଣ୍ଡଳ ସଭାପତି ଶ୍ରୀ ଟୁକୁନା ନାୟକ , ପୂର୍ବତନ ବରଡାବିଲି ସରପଞ୍ଚ ଶ୍ରୀ ଟୁନା ବିଶୋୟୀ , ଅନୁସୂଚିତ ଜାତି ସଭାପତି ଶିବପ୍ରାସାଦ ଦାସ , ଯୁବମୋଛା ସଭାପତି ସମୀର ଗୌଡ଼ , ଉପସଭାପି ଗଣେଷ ସ୍ବାଇଁ , ଯୁବନେତା ମଣ୍ଟୁ ବିଶୋୟୀ, ଜଗନ୍ନାଥ ସେଠୀ, କମଲ ସାହୁ, ସମୀର ନାୟକ, କରନ ନାୟକ, ଶ୍ରୀକାନ୍ତ ନାୟକ , ନରତମ ନାୟକ , ଆକାଶ ବିଶୋୟୀ, ବଳିଆ ଦାସେ ଙ୍କ ସମେତ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ। 

ସହରର ବିଭିନ୍ନ ମୁଖ୍ୟ ରାସ୍ତା ଦେଇ ରାଲି ପରିକ୍ରମା କରିବା ସହ ପ୍ରତ୍ୟେକ ଘରେ ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ୍’ ନାରାରେ ସମଗ୍ର ଧରାକୋଟ ବ୍ଲକ ପ୍ରକମ୍ପିତ ହୋଇଉଠିଥିଲା।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନାଗରିକଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା, ଜାତୀୟ ପତାକା ପ୍ରତି ସମ୍ମାନ ବଢ଼ାଇବା ଏବଂ ସ୍ୱାଧୀନତା ଦିବସ ପୂର୍ବରୁ ଏକତାର ବାର୍ତ୍ତା ପହଞ୍ଚାଇବା।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS