ବ୍ରହ୍ମପୁର ରେଳ ଷ୍ଟେସନରେ ମୋବାଇଲ ଚୋରି ଅଭିଯୋଗ, ରେଳବାଇ ପୋଲିସ କାବୁରେ ଅଭିଯୁକ୍ତ
ବ୍ରହ୍ମପୁର ରେଳ ଷ୍ଟେସନରେ ମୋବାଇଲ ଚୋରି ଅଭିଯୋଗକୁ ନେଇ ଚାଞ୍ଚଲ୍ୟ। ଜଣେ ଯୁବତୀଙ୍କ ମୋବାଇଲ ଝାମ୍ପି ନେଇ ପଳାଉଥିବା ବେଳେ ଯାତ୍ରୀମାନେ ଅଭିଯୁକ୍ତଙ୍କୁ କାବୁ କରିଥିବା ଜଣାପଡ଼ିଛି। ଘଟଣା ପରେ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା।
ସୂଚନା ଅନୁସାରେ, ଷ୍ଟେସନ ପରିସରରେ ଯୁବତୀଙ୍କ ମୋବାଇଲ ଝାମ୍ପି ନେଇ ଅଭିଯୁକ୍ତ ଦୌଡ଼ି ପଳାଉଥିଲେ। ଏହା ଦେଖି କିଛି ଯାତ୍ରୀ ତାଙ୍କୁ ପିଛା କରି କାବୁ କରିଥିଲେ। ପରେ ରେଳବାଇ ପୋଲିସକୁ ଖବର ଦିଆଯାଇଥିଲା।
ରେଳବାଇ ପୋଲିସ ଅଭିଯୁକ୍ତଙ୍କୁ ହେପାଜତରେ ନେଇ ଘଟଣାର ତଦନ୍ତ ଜାରି ରଖିଛି। ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତଙ୍କ ସମ୍ପୃକ୍ତି ଓ ଅନ୍ୟ କୌଣସି ଘଟଣାରେ ତାଙ୍କ ଭୂମିକା ରହିଛି କି ନାହିଁ, ସେନେଇ ଯାଞ୍ଚ କରୁଛି ପୋଲିସ।


