ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପୀ ଚାଲିଥିବା “ହର୍ ଘର୍ ତ୍ରିରଙ୍ଗା” ଅଭିଯାନ ପରିପ୍ରେକ୍ଷୀରେ ସୋରଡ଼ା ବିଧାନସଭା କ୍ଷେତ୍ରର ସୋରଡ଼ା ବ୍ଲକ୍ ଠାରୁ ବଡ଼ଗଡ଼ ଗ୍ରାମପଞ୍ଚାୟତ ସ୍ଥିତ ପବିତ୍ର କାଳୀ ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ଭବ୍ୟ “ତ୍ରିରଙ୍ଗା ଯାତ୍ରା”ର ମହାପର୍ବ ଅନୁଷ୍ଠିତ ହୋଇଛି । ମାନ୍ୟବର ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଲେଙ୍କ ନେତୃତ୍ୱରେ ଶହ ଶହ କର୍ମୀ ତ୍ରିରଙ୍ଗା ପତାକା ବାଇକ୍ ଶୋଭାଯାତ୍ରା କରିଥଲେ। ଏହି ଗୌରବମୟ ଯାତ୍ରାରେ ବହୁ ସଂଖ୍ୟାରେ ଯୁବପିଢ଼ି,ମା’ ଓ ଭଉଣୀମାନଙ୍କ ସହ ଅଞ୍ଚଳବାସୀଙ୍କ ଉତ୍ସାହପୂର୍ଣ୍ଣ ସହଭାଗିତା ତ୍ରିରଙ୍ଗା ପ୍ରତି ଆମର ଅସୀମ ଶ୍ରଦ୍ଧା,ରାଷ୍ଟ୍ରପ୍ରେମ ଓ ଏକତାର ଅପୂର୍ବ ପରିଚୟ ପ୍ରତୀୟମାନ ହୋଇଥିଲା। ସେହିଭଳି ସୋରଡା ବ୍ଲକ୍ ସୁଭଦ୍ରା ଶକ୍ତି ମହିଳା ମାନଙ୍କ ଦ୍ଵାରା ପ୍ରାୟ ୧୦୦ମି. ଦୈର୍ଘ୍ୟ ବିଶିଷ୍ଟ କପଡା ସିଲେଇ ପତାକା ପ୍ରଦର୍ଶିତ ହୋଇଥଲା। ଏହି ପତାକାକୁ ସୁଭଦ୍ରା ଶକ୍ତି ମହିଳା ମାନେ ଧରି ସୋରଡା ନଗର ପରିକ୍ରମା କରିଥିଲେ। ଏହା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ଏଥିରେ ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକ୍ ର ସମସ୍ତ ଅଧିକାରୀ ଏବଂ ଏନ୍ ଏ ସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ଯୋଗ ଦେଇଥିଲେ। ତେବେ ତ୍ରିରଙ୍ଗା ଶୋଭାଯାତ୍ରା ସମୟରେ ଜନସାଧାରଣ ଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ସହ ଦେଶପ୍ରେମ ଭାବ ପରିଲକ୍ଷିତ ହୋଇଥିଲା।
ବିରୋ ରିପୋର୍ଟ ଜନତାଙ୍କ ସ୍ବର


