ଚାଷୀ ଙ୍କର ବିଦ୍ୟୁତ ଖୁଣ୍ଟ ବଦଳେଇବାକୁ ନେଇ ନରସିଂହପୁର TPCODL ଲାଇନ ମ୍ୟାନ୍ ଲାଞ୍ଚ ନେଲା ବେଳେ ଗିରଫ।କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ODISHA ଭିଜିଲାନ୍ସ ଗିରଫ କରିଛି ଭିଜିଲାନ୍ସ। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା। ନରସିଂହପୁର TPCODL ଅଧୀନରେ ଥିବା ବୈଦ୍ୟୁତିକ ସେକ୍ସନର ଲାଇନ ମ୍ୟାନ-A ଶ୍ରୀ ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ଜଣେ ଚାଷୀଙ୍କ କୃଷି ଜମିରୁ ଏକ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।


