Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ସୋରଡା ବ୍ଲକ୍ ବଡଗଡ ଥାନା ଅନ୍ତର୍ଗତ ପାଇକ ସାହି ନିକଟସ୍ଥ ଶ୍ମଶାନ ରାସ୍ତା ନିକଟରୁ ଗଞ୍ଜେଇ ଜବତ


 ସୋରଡା ବ୍ଲକ୍ ବଡଗଡ ଥାନା ଅନ୍ତର୍ଗତ ପାଇକ ସାହି ନିକଟସ୍ଥ ଶ୍ମଶାନ ରାସ୍ତା ନିକଟରୁ ଓ ଆର୍ ୦୭ ୟୁ ୮୮୮୮ ନଂ ବିଶିଷ୍ଟ ଏକ ଟ୍ରାଭେରାରୁ ପ୍ରାୟ ୬୬ କିଗ୍ରା ଗଞ୍ଜେଇ ଜବତ କରିଛି ବଡଗଡ ପୋଲିସ୍। ମିଳିଥିବା ଖବର ଅନୁଯାୟୀ ଗୁରୁବାର ଅପରାହ୍ନରେ ଏକଲପୁର ପଟୁ ବଡଗଡ ଦେଇ ଟ୍ରାଭେରା ଦ୍ୱାରା ଚାଲାଣ ହେଉଥିବା ବେଳେ ପେଟ୍ରୋଲିଂ କରୁଥିବା ବଡଗଡ ପୋଲିସ୍ ଗାଡ଼ିକୁ ଅଟକାଇ ୩ଟି ବ୍ୟାଗରେ ଗଞ୍ଜେଇ ପାଇଥିଲେ । ତେବେ ଭଞ୍ଜନଗର ସବ୍ କଲେକ୍ଟରଙ୍କ ଠାରୁ ନିର୍ଦ୍ଦେଶ ପାଇ ସୋରଡା ଅତିରିକ୍ତ ତହସିଲ୍ ଦାର ଦୀନବନ୍ଧୁ ପିଙ୍ଗୁଆ, ଆସ୍କା ଏସ୍ ଡି ପି ଓ ସୌରଭ ରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ପୋଲିସ୍ ଗାଡି ସହ ଡ୍ରାଇଭର ରାଜେନ୍ଦ୍ର ବେହେରାଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ତେବେ ଜବତ ଟ୍ରାଭେରା ଗାଡ଼ିଟି ସୋରଡା ଅଞ୍ଚଳର ବୋଲି ଜଣାପଡିଛି

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS