Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଟ୍ରେନରୁ_ଉଦ୍ଧାର_ହେଲା_୩ମାସର_ଶିଶୁପୁତ୍ର

 



ଜଟଣୀ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୪ ରେ ଲାଗିଥିବା ଝାନ୍ସୀ ଖୋର୍ଦ୍ଧା ରୋଡ଼ ସ୍ପେଶାଲ ଟ୍ରେନରୁ ଜଣେ ଶିଶୁପୁତ୍ର କୁ ଉଦ୍ଧାର କରିଛି ଆର୍ ପି ଏଫ୍ I ଶିଶୁ ପୁତ୍ରର ବୟସ ୩ମାସ ହେବ ବୋଲି ଅନୁମାନ କରାଯାଉଛି। ଆଜି ଆର୍ ପି ଏଫ କର୍ମଚାରୀ ଷ୍ଟେସନରେ ବୁଲୁଥିବା ସମୟରେ ଟ୍ରେନ ର ଜେନେରାଲ ବଗିରେ ଶିଶୁ ପୁତ୍ର ଏକୁଟିଆ ଶୋଇଥିବା ଦେଖି ତାକୁ ଉଦ୍ଧାର କରିଥିଲେ । ଡାକବାଜି ଯନ୍ତ୍ର ମାଧ୍ୟମରେ ଷ୍ଟେସନରେ ଯାତ୍ରୀ ମାନଙ୍କୁ କାହାର ଶିଶୁ ପୁତ୍ର ଟ୍ରେନ ରେ ଛାଡିଛନ୍ତି ବୋଲି ପ୍ରଚାର କରାଯାଇଥିଲା। ଶିଶୁ ପୁତ୍ର କୁ ନେବାକୁ କେହି ନ ଆସିବାରୁ , ଶିଶୁ ପୁତ୍ର ର ସ୍ୱାସ୍ଥ୍ୟ ଅବସ୍ଥା ରେଲୱେ ମେଡିକାଲରେ ଯାଞ୍ଚ କରାଯାଇ, ସ୍ଵେଚ୍ଛାସେବୀ ସଂଗଠନ ସୋଚ୍ ଏବଂ CWC କୁ ହସ୍ତାନ୍ତର କରାଯାଇଛି I

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS