Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ତାମିଲନାଡୁ ଦାଦନ ଖଟିବାକୁ ଯାଇ ଛାତରୁ ତଳେ ପଡି ଗାଁରେ ମୃତୁ |

 



କହୀରାପଲ୍ଲୀ ଗ୍ରାମର ରାଜୁ ନାଇକ ନିଜ ଭୀଟାମାଟି ଛାଡି ଗତ ଏକ ମାସ ତଳେ ଦାଦନ ଖଟି ବାକୁ ତାମିଲନାଡୁ ଯାଇଥିବା ବେଳେ କୌଣସି କାରଣ ବସତହ ରାତି ୧୨ ଘଣ୍ଟା ସମୟରେ ଛାତରୁ ଖସିପଡିବରୁ ତାଙ୍କ ଅଣ୍ଟାରେ ଗଭୀର ଆଘାତ ଓ ଡାହାଣ ହାତଟି ଭାଙ୍ଗିଯାଇଥିଲା | ତାଙ୍କ ସହ ରହୁଥିବା ଜଣେ ଗ୍ରାମ ବାସୀଙ୍କ ସହଯୋଗରେ ସଖାଳୁ ମାଲିକଙ୍କୁ ଜଣେଇ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତର ଖାନାରେ ଭର୍ତି କରି ୫ ଦିନ ପର୍ଯ୍ୟନ୍ତ ଚିକିତ୍ସା କରି ପରବର୍ତୀ ସମୟରେ ନିଜ ଗ୍ରାମକୁ ଟ୍ରେନ ଯୋଗେ ନିଜ ଗ୍ରାମକୁ ନେଇ ଆସିଥିଲେ | ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଗୋଚର କରାଇ ପରିବାର ଲୋକେ ଓଲଟପୁରରେ ଚିକିଛା କରିଲେ ମାତ୍ର କୌଣସି ଫଳ ମିଳିଲାନାହିଁ ଉକ୍ତ ବ୍ୟକ୍ତି ଜଣକ ମୃତୁ ବରଣ କଲେ | ଏମିତି ଲାଗୁଛି ଦାଦନ ଖଟିବାକୁ ଯିବା ଏକ ଗୁରୁତର ବିପଦ ଏଭଳି ଅନେକ ଲୋକଙ୍କ ସହ ଘଟିଥିବା ବେଳେ ସରକାର ଏଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ | ଯେଉଁ କମ୍ପାନୀରେ କାମ କରୁଥିଲେ ମାଲିକ ଜଣକ କ୍ଷତି ପୁରାଣ ନଦେଇ କେବଳ ଗାଡି ଭଡା ଦେଇ ଗାଁକୁ ପଠାଇଦେଇଥିବା ସୂଚନା ମିଳିଛି | ଖବର ଥାଉକି ଉକ୍ତ ରାଜୁ ନାଇକଙ୍କ ପରିବାରରେ ସେ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ତାଙ୍କର ୭ଟି ଝିଆ ଓ ୧ ପୁଅ ବର୍ତମାନ ସୁଦ୍ଧା କେହି ରୋଜଗାର କରି ପରିବାର ପ୍ରତି ପୋଷଣ କଲା ଭଳି ବ୍ୟକ୍ତି ତାଙ୍କ ପରିବାରରେ ନାହିଁ | ଏଭଳି ପରିବାରକୁ ଯଦି ସରକାରୀ ସାହାଯ୍ୟ ମିଳିପାରନ୍ତା ପରିବାରଟି ଉପକୃତ ହେବେ ବୋଲି ସ୍ଥାନୀୟ ଲୋକଙ୍କ ଦାବି |

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS