Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

 


ରାଜଧାନୀ ଭୁବନେଶ୍ୱରସ୍ଥିତ ପ୍ରତିଷ୍ଠିତ ଜୟଦେବ ଭବନଠାରେ ଆଜି ‘ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ’ର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଉତ୍ସବ ପାଳନ କୁ ନେଇ ଏକ ପ୍ରସ୍ତୁତି ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଗଣମାଧ୍ୟମ ସାମ୍ବାଦିକ ଙ୍କ ସୁରକ୍ଷା, ଅଧିକାର ଏବଂ ସାମ୍ବାଦିକମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ଏହି ଅଗ୍ରଣୀ ସଂଗଠନର ରାଜ୍ୟ ସ୍ତରୀୟ ବୈଠକରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୭୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।

​ଏହି ବୈଠକ ସଂଘର ରାଜ୍ୟ ସଭାପତି ଶ୍ରୀ ମନୋଜ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକର ସମସ୍ତ କାର୍ଯ୍ୟସୂଚୀକୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର ଅତି ସୁଚାରୁରୂପେ ପରିଚାଳନା କରିଥିଲେ।

​ସଂଗଠନ ର ବରିଷ୍ଠ କାର୍ଯ୍ୟ କର୍ତ୍ତା

ସୂର୍ଯ୍ୟକାନ୍ତ ସିଂ, ମୀରା ବାଇ ଦେଓ, ନିରଞ୍ଜନ ପାଣି, ଗୌରାଙ୍ଗ ଚରଣ ମହି, ଚନ୍ଦନା ଦାସ, ସଂଗ୍ରାମଜୀତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜର ବହୁମୂଲ୍ୟ ମତାମତ ଦେଇଥିଲେ l

ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଡିଜିଟାଲ ମିଡ଼ିଆ ଆକ୍ଟିଭିଷ୍ଟ ମାନଙ୍କୁ ସଂଘ ସହ ଯୋଡ଼ିବା ପାଇଁ ନୂତନ ସଭ୍ୟ ସଂଗ୍ରହ ଅଭିଯାନର ରୂପରେଖ ପ୍ରସ୍ତୁତି କରାଯାଇ ଥିଲା।

ଆଗାମୀ ଦିନରେ ପ୍ରତିଭାବାନ ଓ ନିର୍ଭୀକ ଡିଜିଟାଲ ସାମ୍ବାଦିକମାନଙ୍କୁ ପୁରସ୍କୃତ କରିବା ପାଇଁ ତଥା ବିଭିନ୍ନ କ୍ଷେତ୍ରରେ ସମାଜ ର ଆଗଧାଡିରେ କାର୍ଯ୍ୟରତ ସାମାଜିକ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ମାନିତ କରିବା ପାଇଁ ଓଡିଶା ଆଇକନିକ ଆୱାର୍ଡ ଯୋଜନାର ପ୍ରଚଳନ ପାଇଁ ଏକ ବିସ୍ତୃତ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇ ଥିଲା ।

ମାନ୍ୟବର ରାଜ୍ୟ ସଭାପତି ଶ୍ରୀ ମନୋଜ ଶତପଥୀ ଙ୍କ ଅନୁମୋଦନ କ୍ରମେ ଓଡିଶା ର ଆଉ ଚାରିଟି ଜିଲ୍ଲାରେ ଜିଲ୍ଲା ସଂଯୋଜକ ନିଯୁକ୍ତି କରାଗଲା l ବାଲେଶ୍ୱର ରେ ସମୀର କୁମାର ସାହୁ, ଭଦ୍ରକ ରେ କାଁହୁ ଚରଣ ଜେନା, ବରଗଡ଼ ରେ ମୁନ୍ନା ସାହୁ ଓ ଗଜପତି ରେ ଲଷ୍ମୀ ନାରାୟଣ ଆଚାର୍ଯ୍ୟଙ୍କୁ ଜିଲ୍ଲା ସଂଯୋଜକ ଭାବେ ନିଯୁକ୍ତି ଦିଆ ଯାଇଥିବା ମହାସଙ୍ଘ ତରଫରୁ କୁହା ଯାଇଛି l

​ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଘର ସଦସ୍ୟ ଓ ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଅଭିଜ୍ଞତା ଉପସ୍ଥାପନ କରିଥିଲେ। ଡିଜିଟାଲ ମିଡ଼ିଆର ସୁରକ୍ଷା ଓ ଅଧିକାର ପାଇଁ ଏକତା ଅପରିହାର୍ଯ୍ୟ ବୋଲି ସମସ୍ତେ ମତପ୍ରକାଶ କରିବା ସହ ଆଗାମୀ ଦିନରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘକୁ ଆହୁରି ଅଧିକ ଶକ୍ତିଶାଳୀ ଓ ସୁଦୃଢ଼ କରିବା ପାଇଁ ସମସ୍ତେ ସମବେତ ଭାବେ ବଜ୍ର ଶପଥ ନେଇଥିଲେ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS