Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

କାନ୍ଦୁଛି ପରିବାର ହସୁଛି ପୋଲିସ !

 



ସେହି କାଳରାତ୍ରିର ଅନ୍ଧାର କୋଠରୀରେ ଯେତେବେଳେ ସେହି ଦୁଇଜଣ ନରପିଶାଚ ସେହି ୧୦ ବର୍ଷର କୁନି ଝିଅ ଉପରକୁ ମାଡ଼ି ଆସୁଥିଲେ | ସେତେବେଳେ ସେହି ନିଷ୍ପାପ ଶିଶୁଟିର ମନରେ କେଉଁ ପ୍ରକାରର ଆତଙ୍କ ଖେଳିଯାଇନଥିବ | ତା’ର ସେହି କୋମଳ ହାତରେ ସେ ସେହି ରାକ୍ଷସମାନଙ୍କୁ ଦୂରେଇବାକୁ କେତେ ଚେଷ୍ଟା କରିନଥିବ | ନିଜର ଶେଷ ସ୍ପନ୍ଦନ ପର୍ଯ୍ୟନ୍ତ ସେ ସେହି ଅନ୍ଧାର ଭିତରେ ମା’-ବାପା ବୋଲି କେତେ ଆକୁଳ ଚିତ୍କାର କରିନଥିବ କିନ୍ତୁ କୋଏମ୍ବାଟୁରର ସେହି ନିଛାଟିଆ ଅଞ୍ଚଳର ପବନ ସିନା ତା’ର ସେହି ବିକଳ କାନ୍ଦକୁ ଶୁଣିଲା | ହେଲେ ସେହି ପଶୁମାନଙ୍କ ହୃଦୟ ଟିକିଏ ବି ତରଳିଲାନାହିଁ | ସେହି ନିଷ୍ପାପ ଶିଶୁଟିର ଆଖିରୁ ଝରିଯାଇଥିବା ଭୟ ଆଉ ଲୁହର ପ୍ରତିଟି ବୁନ୍ଦା ଆଜି ସମଗ୍ର ମାନବ ସମାଜକୁ ପ୍ରଶ୍ନ କରୁଛି | ଆମେ କେଉଁ ସମାଜରେ ବଞ୍ଚୁଛେ? ଆଜି ସେହି ଭାଙ୍ଗି ଚୂରମାର୍ ହୋଇଯାଇଥିବା ଘରେ ଝିଅର କେବଳ ସେହି କୁନି କୁନି ଖେଳନାଗୁଡ଼ିକ ପଡ଼ିରହିଛି | ଯାହାକୁ ଦେଖି ମା’ର କୋହ ଆଉ ସମ୍ଭାଳି ହେଉନାହିଁ | ଜଣେ ବାପା ଆଜି ବି ଶୂନ୍ୟକୁ ଚାହିଁ ରହିଛି ବୋଧହୁଏ ଏହି ଆଶାରେ ଯେ ତା’ର କୁନି ଝିଅଟି ଦୌଡ଼ି ଦୌଡ଼ି ଆସିବ ଆଉ ତାକୁ ପଛପଟୁ ଜାବୁଡ଼ି ଧରିବ କିନ୍ତୁ ସେହି ହସ, ସେହି ପାଦର ସ୍ପର୍ଶ ଆଉ କେବେବି ଫେରିବାର ନାହିଁ | ଗୋଟିଏ ହସଖୁସିର ସଂସାରକୁ କିଛି ପିଶାଚ ସବୁଦିନ ପାଇଁ ଏକ ଜୀବନ୍ତ ଶ୍ମଶାନରେ ପରିଣତ କରିଦେଲେ କିନ୍ତୁ ସବୁଠାରୁ ଦୁଃଖଦାୟକ କଥା ହେଉଛି | ଯେଉଁ ସମୟରେ ଏହି ଉଜୁଡ଼ି ଯାଇଥିବା ପରିବାରର ଲୁହ ସାରା ଦେଶର ଆଖିକୁ ଓଦା କରିଦେଇଛି | ସେତେବେଳେ ନ୍ୟାୟ ଦେବାକୁ ବସିଥିବା ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରେସ ମିଟ୍‌ରେ ପରସ୍ପର କାନରେ କଣ କହି ହସାହସି ହେଉଛନ୍ତି | ଏହି ନିର୍ଲଜ ଅଟ୍ଟହାସ୍ୟ ସେହି ମରିଯାଇଥିବା କୁନି ଝିଅର ଆତ୍ମାକୁ ଅପମାନିତ କରିଛି | ଯେଉଁ ଖାକି ପୋଷାକକୁ ଦେଖିଲେ ଜଣେ ଅସହାୟ ମଣିଷ ସାହସ ପାଏ ଆଜି ସେହି ଖାକି ବାହିନୀର ନିଷ୍ଠୁର ହସ ସମଗ୍ର ବ୍ୟବସ୍ଥାକୁ ଲଜ୍ଜିତ କରିଛି | ଲୋକେ ଏବେ ଅପେକ୍ଷା କରିଛନ୍ତି କେବେ ଏହି ନରପିଶାଚମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଉଛି ଏବଂ କେବେ ସେହି ହସୁଥିବା ଅଧିକାରୀମାନଙ୍କୁ ସେମାନଙ୍କର ଅସମ୍ବେଦନଶୀଳତା ପାଇଁ ଉଚିତ ଶାସ୍ତି ମିଳୁଛି |


କାଳୁ ଚରଣ ମହାପାତ୍ର ,ମୁଖ୍ୟ ସମ୍ପାଦକ 

ଜନତାଙ୍କ ସ୍ୱର ,

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS