ପାଣି ପାଗ ସୂଚନା ପକ୍ଷ ରୁ କୌଣସି ବାତ୍ୟା କିମ୍ବା ଲଘୁଚାପ ପୂର୍ବରୁ ସଚେତନା ଏବଂ ପ୍ରଶାସନ ସଜlକ ରହିବାର ସରକାରି ବ୍ୟବସ୍ଥା କରିଛନ୍ତି କିନ୍ତୁ କାଳ ବୈଶାଖୀର ସଚେତନl ବାଦ ରହିଛି କାହିଁକି ? ଏମିତି ଅନୁଭବ ହୋଉଛି ଗତ କାଲି ଆପରାହର୍ଣ୍ଣ ୪ଟା ରେ ଆରମ୍ଭ ହୋଇଥିଲା କାଳବୈଶାଖୀ ର ମହାତାଣ୍ଡବ l ଏହି କାଳ ବୈଶାଖୀର ପ୍ରଭାବରେ ଧରାକୋଟ ଅଞ୍ଚଳର ଗଡଦାମୋଦର ପଲ୍ଲୀ, ଦଶ ମଇଲି, ପୁଟୁ, ଚାରି ଛକ, ଜାନିବିଲି ବାହାରପୁର, ମାଣିକପୁର ସମେତ ଅନ୍ୟାନ୍ୟ ଅଞ୍ଚଳ ପ୍ରଭାବିତ ହୋଇଛି l ଧରାକୋଟ ବ୍ଲକ ର ଜାନିବିଲି ଓ ଗଡ଼ ଦାମୋଦରପଲ୍ଲୀ ଠାରେ ବିଦୂତ ଖୁଣ୍ଟ ଉପୁଡି ଥିବା ବେଳେ କେଉଁଠି କେଉଁଠି ବଡ଼ ବଡ଼ ଗଛ ବିଦୂତ ତାର ଉପରେ ମାଡି ବାସୀ ଥିବାର ଦୂର୍ଷ୍ୟ ଦେଖିବାକୁ ମିଳିଛି l ସୂଚନା ଥାଉ କି ବାତ୍ୟା କିମ୍ବା ଲଘୁଚାପ ଜନିତ ବର୍ଷା ପୂର୍ବରୁ କଡା ନିଧେର୍ଶ ଦେଉଛନ୍ତି ସରକାର l ଜନସାଧାରଣ ଙ୍କୁ ଯେମିତି ଅସୁବିଧା ନ ପହଞ୍ଚେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ବିଦୂତ ଦୀର୍ଘ 21 ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଗ୍ରାମାଞ୍ଚଳ ରେ ବିଦୂତ ବିଛିନ୍ନ ର ପ୍ରଭାବ ଦେଖିବାକୁ ମିଳିଛି କାରଣ ଆଜି ର ସମୟରେ ବିନା ବିଦୂତ ରେ ଗୋଟିଏ ମିନଟ ରହିବା ଅସମ୍ଭବ ହଉଥିବା ବେଳେ ଜନସାଧାରଣ 21 ଘଣ୍ଟା ଧରି ବଞ୍ଚିବା ପାଇଁ ଡହଳ ବିକଳ ହୋଉଛନ୍ତି l ଆନ୍ୟ ପଟେ ଗ୍ରୀଷ୍ମ ର ପ୍ରଭାବ 44 ଡିଗ୍ରୀ ରୁ ଉର୍ଦ୍ଧ ତାପମାନ ରହୁଥିବା ବେଳେ ରୋଷେଇ ଠୁ ଆରମ୍ଭ କରି ସମସ୍ତ ବିଦୂତ ସଂଯୋଗ କରଣ ସାମଗ୍ରୀ ଅଚଳ ରହିଥିବା ରୁ ଘରୋଇ ଚଳଣି ରେ ବାଧା ସୃଷ୍ଟି ହୋଇଥିବl ଦେଖିବାକୁ ମିଳିଛି l ଏପଟେ ଆମେ ଧରାକୋଟ ବିଦୂତ ବିଭାଗ ଜେଇ ଙ୍କ ସାଥିରେ ଯୋଗାଯୋଗ ବେଳେ ଜେଇ କହିଛନ୍ତି ସମାଧାନ ର ଚେଷ୍ଟା ଜାରି ରହିଛି ଅତି ଶୀଘ୍ର ଏହାର ସମାଧାନ କରାଯିବ l ସବୁ ଠାରୁ ବଡ଼ ପ୍ରଶ୍ନ ବାତ୍ୟା ସମୟରେ ପ୍ରଶାସନ ଅଧିକାରୀ ମାନେ ଯେତିକି ଅଲର୍ଟ ରହୁଛନ୍ତି କାଳବୈଶାଖୀ ସମୟରେ ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି l ହେଡ଼କ୍ୱାଟର ମlନେ ଧରାକୋଟ ରେ ଗୋଟିଏ ମିନଟ ଵି ବିଦୂତ କାଟ ହେଉନଥିବା ବେଳେ ଗ୍ରାମାଞ୍ଚଳ ଅନ୍ଧାର ଘେର ରେ ଜେ କେମିତି 21 ଘଣ୍ଟା ଚଳୁଥିବେ ତାହା ନିଜେ ଅନୁଭବ କରୁଥିବେ l ଏଣୁ ଅଞ୍ଚଳ ବାସୀ ଙ୍କ ଅନୁରୋଧ ପୃର୍ବ ଭଳି ଧରାକୋଟ ଫିଡ଼ର ରୁ ତାଲପାଟଣା, ଗଡ଼ଦାମୋଦର ପଲ୍ଲୀ, ଘୋଡ଼ାପଲି, ଜାନିବିଲି ଗ୍ରାମ କୁ ବଦୂତ ସଂଯୋଗ କଲେ ଏହି ଗ୍ରାମ ର ଉପଭୋକ୍ତା ମାନେ ଉପକୃତ ହେବେ l


