ପାରିବାରିକ କଳହର କରୁଣ ପରିଣତି l ଗଞ୍ଜାମ ଜିଲ୍ଲା ଆସିକା ନୁଆଁ ବସଷ୍ଟାଣ୍ଡ ଠାର ଭିଣୋଇର ଛୁରା ମାଡ଼ରେ ଶଳା ଗୁରୁତର l ଗୁରୁତର ଶଳା ଜଣଙ୍କ ହେଲେ ବରଗଡ଼ ଥାନା ଅନ୍ତର୍ଗତବାହଁରପୁର ପଞ୍ଚାୟତ ବାଖରକଟା ଗ୍ରାମର କଂସ ଡାକୁଆ l ସୂଚନାରେ ଭିଣୋଇ କୁନା ଡାକୁଆ ପ୍ରତେକ ଦିନ ତାଙ୍କ ସ୍ତ୍ରୀକୁ ମାଡ଼ ମାରୁଥିଲେ l ଆଜି ମଧ୍ୟ ତାଙ୍କ ସ୍ତ୍ରୀକୁ କୌଣସି କାରଣକୁ ନେଇ ମାଡ଼ ମାରିଥିବା ପରେ ରାଗରେ ଘରୁ ବାହାରି ଆସିକାକୁ ଚାଲିଆସି ଥିଲେ l ପରେ ଶଳା କଂସ ଭିଣୋଇଙ୍କୁ ବୁଝାସୁଝା କରିବା ସହ ଘଟଣାରେ ଆଲୋଚନା କରିବା ପାଇଁ ଭିଣୋଇଙ୍କ ପାଖକୁ ଆସିଥିଲେ l ଭଉଣୀକୁ ମାଡ଼ ମାରିବା କଥା ଭିଣୋଇଙ୍କୁ ପଚାରିବାରୁ ପ୍ରଥମେ ଦୁହିଁଙ୍କ ଭିତରେ ବଚସା ହୋଇଲା ପରେ ଭିଣୋଇ ଜଣଙ୍କ ରାଗରେ ଶଳା ଜଣଙ୍କୁ ଛୁରାମାଡ଼ କରିଥିଲେ l ଶଳାର ହାତ ଓ ଜଙ୍ଘରେ ଛୁରାର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଆସିକା ପରେ ବ୍ରହ୍ମପୁର ଏମ୍. କେ. ସି. ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଅପର ପକ୍ଷରେ ଘଟଣା ସ୍ଥଳରେ ଆସିକା ପୋଲିସ ପହଂଚି ଅଭିଯୁକ୍ତ ଭିଣୋଇଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି l


