ଆସିକା, : ଆସିକା ତହସିଲ ଅନ୍ତର୍ଗତ କୋଟିନଡ଼ା ଥାନା ପାଣ୍ଡିଆପଥର ପଞ୍ଚାୟତ ସୁନାପଲ୍ଲୀ ପାହାଡ଼ ଉପରେ ପୁଲିସ ଟିମ୍ ଚଢ଼ଉ କରିଛି। ପ୍ରୋବେସନାରି ଆଇପିଏସ୍ ନୀତେଶ କୁମାର ମିଶ୍ର ଓ କୋଟିନଡ଼ା ଥାନାଧିକାରୀ ଦାମୋଦର ବିହାରୀଙ୍କ ସହ ଏକ ଟିମ୍ ସେଠାରେ ଚଢ଼lଉ କରି ବିପୁଳ ପରିମାଣର ବାରୁଦ ଓ ଡିଟୋନେଟର୍ ଜବତ କରିଛି।
ଯାହାର ମୂଲ୍ୟ ପାଞ୍ଚଲକ୍ଷ ଟଙ୍କାରୁ ଅଧିକ ସୁନାପଲ୍ଲୀ ପାହାଡ଼ରୁ ପଥର ଫୁଟାଇବା ପାଇଁ ଲିଜ୍ କିମ୍ବା ଅନୁମତି ନାହିଁ। ତଥାପି ଏହି ପାହାଡ଼ର ୧୦ରୁ ଅଧିକ ସ୍ଥାନରେ ବେଆଇନ ପଥରଫୁଟା ଚାଲିଛି। ଦୈନିକ ହଜାର ହଜାର ଘନପୁଟ ପଥର ଏହି ପାହାଡ଼ରୁ ଚାଲାଣ ହେଉଥିଲା । ଆଜି ପୁଲିସ ଚଢ଼ଉ କରିଥିବା ବେଳେ କେହି ଗିରଫ ହୋଇ ନଥିବା ସୂଚନା ମିଳିଛି ।


