ସୋମବାର ରାତିରେ ଲାଠି ଗାଁ ଛକରେ ଥିବା ବିକି ଗ୍ୟାରେଜରୁ ଦୁଇଟି ଫର୍ଟେନ୍ କେଟ୍ ସ୍ନେକ( ଫଷ୍ଟେନ ଡାଳି ସାପ) ଦେଖା ଦେଇଥିଲା । ଗ୍ୟାରେଜ ମାଲିକ ଦୋକାନ ବନ୍ଦ କରିବା ସମୟରେ ସାପ ଦୁଇଟି ଟୁଲ ବକ୍ସ ନିକଟରେ ରହିଥିଲେ। ଏହାକୁ ଦେଖ୍ ଗ୍ୟାରେଜ୍ ମାଲିକ ସ୍ନେକ ହେଲ୍ପ ଲାଇନ୍ ସହ ଯୋଗାଯୋଗ କରିଥିଲେ। ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ତ୍ରିଲୋଚନ ନାୟକ ପହଞ୍ଚି ଉଭୟ ସାପକୁ କୌଶଳକ୍ରମେ ଉଦ୍ଧାର କରିଥିଲେ। ଉଭୟ ଫଷ୍ଟେନ୍ କେଟ୍ ସ୍ନେକ ପ୍ରଜାତିର ହୋଇଥିଲା। ଗୋଟିଏ ୩ ଫୁଟ ଲମ୍ବର ରହିଥିବା ବେଳେ ଅନ୍ୟଟି ୬ ଫୁଟ ଲମ୍ବ ରହିଥିଲା । ଉଭୟ ସାପକୁ ବ୍ରହ୍ମପୁର ବନ ବିଭାଗକୁ ହସ୍ଥାନ୍ତର କରାଯାଇଛି। ମଙ୍ଗଳବାର ଉଭୟ ସାପଙ୍କୁ ପ୍ରାକୃତିକ ଆବାସ ସ୍ଥଳିରେ ଛଡ଼ା ଯାଇଥିବା ବନପାଳ ସୋମନାଥ ମଲ୍ଲିକ ସୂଚନା ଦେଇଛନ୍ତି।


