Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଋଣ ଭାର ସହିନପାରି ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା l

  


 ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଅଭାବନିୟ ଘଟଣା l ଘରେ କେହି ନଥିବା ବେଳେ ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା l ଋଣ ଭାର ସହିନପାରି ବୃଦ୍ଧ ଦମ୍ପତି ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି l ମୃତ ଦମ୍ପତି ହେଲେ ୬୬ ବର୍ଷୀୟ ସିମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ l ଖବର ପାଇ ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି l କିଛି ଦିନ ତଳେ ବୃଦ୍ଧ ଦମ୍ପତିଙ୍କ ଗୋଟିଏ ବୋଲି ପୁଅର ହୃଦଘାତ ରେ ମୃତ୍ୟୁ ହୋଇଥିଲା l ଦମ୍ପତିଙ୍କ ପାଞ୍ଚଟି ଝିଅ ଥିବା ବେଳେ ଗତ ୨୧ ତାରିଖରେ ସାନ ଝିଅର ବାହାଘର ହୋଇଥିଲା l ତେବେ ଋଣ ଭାର ଅଧିକ ହେବାରୁ ଚିନ୍ତାରେ ଦମ୍ପତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି l

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS