Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ବଡଗଡ ଥାନା ଅର୍ନ୍ତଗତ ବଳରାମପୁର ପଞ୍ଚାୟତ ଅଧିନସ୍ଥ କୃଷ୍ଣପୁର ଖଣାନାଳ ନିକଟରେ ଦୁର୍ଘଟଣା; ୧ ମୃତ,୧ ଗୁରୁତର



 ଆଜି ବଡଗଡ ଥାନା ଅର୍ନ୍ତଗତ ବଳରାମପୁର ପଞ୍ଚାୟତ ଅଧିନସ୍ଥ କୃଷ୍ଣପୁର ଖଣାନାଳ ନିକଟରେ ଘଟିଛି ବାଇକ ଦୁର୍ଘଟଣା; ୧ ମୃତ, ୧ ଗୁରୁତର ହୋଇଥିବା ଜଣା ପଡିଛି | ଦୁର୍ଘଟଣାରେ ସୁରଖାଦେଇ ପୁର ଗ୍ରାମର ସନ୍ତୋଷ ସ୍ଵାଇଁ (୫୭)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ରାଇବନ୍ଧ ଗ୍ରାମର ସୁରେନ୍ଦ୍ର ସ୍ଵାଇଁ (୫୩) ଆଘାତ ପାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ କଲି ପ୍ରାୟ ଦିନ ୩ ଘଣ୍ଟା ସମୟରୁ ଦୁର୍ଘଟଣା ଘଟିଥିବା ବେଳେ ଗାଡି ସହ ଦୁଇ ଆରୋହୀ ପୋଲ ତଳକୁ ଚାଲି ଯାଇଥାବା କାରଣରୁ କାହାର ନଜରକୁ ଆସିନଥିଲା | ଆଜି ସଖାଳେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ଯୋଗୁ ତୁରନ୍ତ ବଡ଼ଗଡ଼ ଥାନା ଅଧିକାରୀଙ୍କୁ ଜଣାଇ ଥିଲେ | ଖବର ପାଇ ଘଟଣା ସ୍ଥଳରେ ବଡଗଡ ପୋଲିସ୍ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବଡଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ଡ଼ାକ୍ତର ସନ୍ତୋଷଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଓ ଗୁରୁତର ସୁରେନ୍ଦ୍ର ସ୍ଵାଇଁଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ପଠାଇଥିବା ଜଣାପଡିଛି ।

        ମୃତ ସନ୍ତୋଷ ସ୍ଵାଇଁ ନିଜ ପୁଅର ବନ୍ଧୁ ପ୍ରସ୍ତାବ ପାଇଁ ଯାଇ ଶେରଗଡ଼ ନିକଟସ୍ଥ ବାଦଗଡ଼ ଗ୍ରାମରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି।ଉକ୍ତ ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କିଭଳି ଏତେବଡ ଦୁର୍ଘଟଣା ଘଟିଲା ଏତେ ସମୟ ବିତି ଯାଇଥିଲେବି କେମିତି କାହା ନଜରକୁ ଆସିନଥିଲା ? ବଡଗଡ ପୋଲିସ୍ କେସ ନଂ ୧୪୧/୨୬ ପ୍ରକାରେ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ ଜାରି ରଖିଛି |

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS