Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କା ର ଦୋକାନ ସାମଗ୍ରୀ ଜଳି ପୋଡ଼ି ପାଉଁଶ

 


ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ରୁଗୁମୁ ଗାଁ ର ରାଧାକୃଷ୍ଣ ମନ୍ଦିର ନିକଟ କୁମୁଟି ଛକ ରେ ଥିବା ରାଧାକୃଷ୍ଣ ଭେରାଇଟି ଷ୍ଟୋର ରେ ଗତ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କା ର ଦୋକାନ ସାମଗ୍ରୀ,ଦୁଇଟି ଫ୍ରିଜ,ଦୁଇଟି ଟିଭି,ପ୍ରିଣ୍ଟର, ଲେମିନେଟର, ଇନ୍ଭେଟର, ଘରୋଇ ଆସବାବ ପତ୍ର ସହ ଦୋକାନରେ ଥିବା ନଗଦ କୋଡ଼ିଏ ହଜାର ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଛି। କଂଗ୍ରେସ ସ୍ୱାଇଁ ଙ୍କ ଏହି ଦୋକାନରେ ସନ୍ଧ୍ୟା ସମୟରେ ଠାକୁରଙ୍କ ନିକଟରେ ଦିଆଯାଇଥିବା ଦୀପ ନିଆଁର ଝୁଲ ତଳକୁ ଖସି ଦୋକାନର ଶୁଖିଲା ସାମଗ୍ରୀକୁ ଲାଗି ଯାଇଥିଲା । ଅତି ବେଗରେ ନିଆ ସମଗ୍ର ଦୋକାନକୁ ଧରି ନେଇଥିଲା । ତୁରନ୍ତ 112 କୁ ଖବର ଦିଆଯାଇଥିଲେ ମଧ୍ୟ ଧରାକୋଟ ଦମକଳ ବାହିନୀ ର ଗାଡି ଖରାପ ଥିବାରୁ ସୋରଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ ଜଳିପୋଡ଼ି ଛାରଖାର ହୋଇଯାଇଥିଲା । ନିଆଁକୁ ଆୟତ କରିବାକୁ ଯାଇ ତାଙ୍କ ପରିବାର ସଦସ୍ୟ ବାୟା ସ୍ୱାଇଁ ଓ କୃଷ୍ଣ ପ୍ରଧାନ ନିଆଁ ଧାସରେ ଗୁରୁତର ଆହତ ହେବାପରେ ସେମାନଙ୍କୁ 108 ଯୋଗେ ତୁରନ୍ତ ଆସିକା ମେଡ଼ିକାଲ କୁ ନିଆଯାଇଥିଲା । ସଂପ୍ରତି ଏହି ଅଗ୍ନିକାଣ୍ଡ କଂଗ୍ରେସ ସ୍ୱାଇଁ ଙ୍କ ପରିବାରକୁ ସର୍ବସ୍ବାନ୍ତ କରିଦେଇଥିବା ଦେଖିବାକୁ ମିଳିଛି। 

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS