Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ରସାୟନ ବିଜ୍ଞାନ ପ୍ରଫେସର ଙ୍କ ପରଲୋକ

 


ଧରାକୋଟ ବଡ଼ଦାଣ୍ଡ ସାହି ନିବାସୀ ଜଣାଶୁଣା ରସାୟନ ବିଜ୍ଞାନ ପ୍ରଫେସର ଡ ପ୍ରଶାନ୍ତ ପ୍ରସାଦ ମିଶ୍ର ଙ୍କର 86 ବର୍ଷ ବୟସରେ ପୁରୀ ଭି ଆଇ ପି ରୋଡ ସ୍ଥିତ ପାର୍ବତୀ ଅନନ୍ତ ନିଳୟ ରେ ଗତ ବୁଧବାର ଦିନ ପରଲୋକ ହୋଇଯାଇଛି। ସେ ସ୍ୱର୍ଗତ ଅନନ୍ତ ମିଶ୍ର ଓ ପାର୍ବତୀ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । ତାଙ୍କର ଭାଇ ସ୍ୱର୍ଗତ ଶାରଦା ମିଶ୍ର, କାଳୀ ପ୍ରସାଦ ମିଶ୍ର, ଦୁର୍ଗା ପ୍ରସାଦ ମିଶ୍ର ଓ ସ୍ୱର୍ଣ୍ଣଲତା ମିଶ୍ର ପୂର୍ବରୁ ମୃତ୍ୟୁ ବରଣ କରିସାରିଛନ୍ତି। ସେ ଆଜୀବନ ଅବିବାହିତ ଥିଲେ । 1993 ମସିହା ଜୁଲାଇ ଏକ ତାରିଖ ଦିନ ଧରାକୋଟ ରେ ଜନ୍ମ ଗ୍ରହଣ କରିଥିଲେ। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ରହ୍ମପୁର ଖଲିକୋଟ କଲେଜ ରେ ଏବଂ ପରେ ଏସ ସି ଏସ କଲେଜ ପୁରୀରେ ରସାୟନ ବିଜ୍ଞାନ ପ୍ରଫେସର ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତାଙ୍କର ଭାତୃପୁତ୍ର ଅଧ୍ୟାପକ ଡ ଦିଲିପ ମିଶ୍ର,ପୁତ୍ରବଧୂ ଅନିତା ମିଶ୍ର,ସୁରେଶ ମିଶ୍ର,ସଙ୍ଗୀତା ମିଶ୍ର ଓ ନାତି ନାତୁଣୀ ପ୍ରୀତମ,ଶ୍ରୀତମ,ରୈନା ପ୍ରମୁଖ ଉପସ୍ଥିତ ରହିଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ତାଙ୍କର ପରଲୋକରେ ଶିକ୍ଷ୍ୟା ଜଗତରେ ଅପୂରଣୀୟ କ୍ଷତି ଘଟିଥିବା ବେଳେ ଧରାକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS