ତାମିଲନାଡୁ ଘଟଣା ପରେ ପୁଲିସ ମହଲରେ ଆତଙ୍କ ନରସିଂହପୁର ହାଜତ ମୃତ୍ୟୁ ମାମଲା: ୧୦ ବର୍ଷ ପରେ ୬ ପୁଲିସ କର୍ମଚାରୀ ଗିରଫ l
ନରସିଂହପୁର: ଦୀର୍ଘ ୧୦ ବର୍ଷର ଅପେକ୍ଷା ପରେ ଶେଷରେ ମିଳିଛି ନ୍ୟାୟ। ନରସିଂହପୁରର ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ୬ ଜଣ ପୁଲିସ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ୨୦୧୬ ମସିହାରେ ଘଟିଥିବା ଏହି ଅଭାବନୀୟ ଘଟଣା ସେତେବେଳେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।
ଘଟଣା କ୍ରମ ମୂଳ ବିବାଦ:୨୦୧୬ ମସିହା ଡିସେମ୍ବର ୫ ତାରିଖରେ ନରସିଂହପୁର ଥାନା ଅନ୍ତର୍ଗତ ମାଳିସାହିର ଚୈତନ୍ୟ ନାଏକଙ୍କ ଝିଅ ରେବତୀ ନାଏକ ଓ ପଡ଼ୋଶୀ ଆକୁଳ ଓରଫ ସରୋଜ ସେନାପତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ଗିରଫ ଓ ମୃତ୍ୟୁ:ରେବତୀଙ୍କ ଅଭିଯୋଗ ଆଧାରରେ (କେସ୍ ନଂ ୧୨୮/୨୦୧୬) ପୁଲିସ ସରୋଜଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ମାତ୍ର ହାଜତରେ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା, ଯାହାକୁ ନେଇ ପୁଲିସ ବିରୋଧରେ ଅଭିଯୋଗ ହୋଇଥିଲା।
ଗିରଫ ଅଭିଯୁକ୍ତ:
ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଅବସର ନେଇସାରିଥିବା ବେଳେ ୨ ଜଣ ଏବେ ମଧ୍ୟ କାର୍ଯ୍ୟରତ ଅଛନ୍ତି।
1. ଭଗବାନ ସାହୁ (ତତ୍କାଳୀନ ତଦନ୍ତକାରୀ ଅଫିସର ତଥା ଏଏସ୍ଆଇ)
2. ପ୍ରମୋଦ କୁମାର ପାତ୍ର (ଅବସରପ୍ରାପ୍ତ ହାବିଲଦାର)
3. ଭିକାରି ନାୟକ (ଅବସରପ୍ରାପ୍ତ ହୋମ୍ଗାର୍ଡ)
4. ଯୋଗୀ ନାୟକ (ଅବସରପ୍ରାପ୍ତ ହୋମ୍ଗାର୍ଡ)
5. ମହେଶ୍ଵର ଦେବତା (ହୋମ୍ଗାର୍ଡ)
6. ଧର୍ମରାଜ ରଣା (ହୋମ୍ଗାର୍ଡ)
> ଆଇନର ହାତ ଲମ୍ବା" - ଏହି ଉକ୍ତିଟି ପୁଣି ଥରେ ପ୍ରମାଣିତ ହୋଇଛି। ଦୀର୍ଘ ଦିନ ପରେ ହେଲେ ବି ଅପରାଧୀଙ୍କୁ ବାନ୍ଧିବାରେ ସଫଳ ହୋଇଛି ପୁଲିସ।
ଫଟୋ କାଳ୍ପନିକ


