Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଭୁବନେଶ୍ବରରୁ ଆତଙ୍କୀ ଗିରଫ

 


ରାଜଧାନୀ ଭୁବନେଶ୍ବରରୁ ଆତଙ୍କବାଦୀ ଗିରଫ । କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍ ୬ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ । ଉକ୍ତ ବ୍ୟକ୍ତି ଜଣକ ପାକିସ୍ତାନ ସହ ଲିଙ୍କରେ ଥିଲେ।ସେ ୟୁନିଟ୍ ୬ ଅଞ୍ଚଳରେ ଏକ ବସ୍ତିରେ ଭଡ଼ା ଘରେ ରହୁଥିଲେ I ଦେଶ ଦ୍ରୋହ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ବର ଏସଡ଼ିଜେଏମ୍ କୋର୍ଟରେ ହାଜର କରିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ । ସନ୍ଦିଗ୍ଧ ବ୍ୟକ୍ତି ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସିଥୂବା ସୁରାକ ମିଳିଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ପାକିସ୍ତାନ ସହ ଲିଙ୍କରେ ଥିଲେ । ସୋସିଆଲ ମିଡ଼ିଆରେ ଦେଶଦ୍ରୋହୀ ପୋଷ୍ଟ କରୁଥିଲେ । ବିଭିନ୍ନ ସାମାଜିକ ଗଣମାଧ୍ଯମରେ ଉତ୍ତେଜନା ମୂଳକ ସ୍ଲୋଗାନ ଦେଉଥିଲେ । ଗତ କାଲି ଅଧରାତିରେ ରେଡ୍ କରିବା ପରେ ତାଙ୍କୁ ଭଡ଼ା ଘରୁ ଗିରଫ କରାଯାଇଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS