ଧରାକୋଟ ତହସିଲ ଅଧିନରେ ଥିବା 279 ଏଲ ହେଚ ଭି ରେ ସରକାରୀ ଘୋଷଣା ଅନୁଯାୟୀ ଆଜି ସକାଳଳୁ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ସର୍ବ ପ୍ରଥମେ ଚାର୍ଜ ଅଫିସର ଲମ୍ବୋଦର ମାରାଣ୍ଡି ଓ ଅତିରିକ୍ତ ଚାର୍ଜ ଅଫିସର ଗଣେଶ ଦଳାଇ ଙ୍କ ଉପସ୍ଥିତିରେ 30 ଜଣ ସୁପର ଭାଇଯର ଓ 184 ଜନ ଜନଗଣନା କରୀଙ୍କୁ ସୁଚାରୁ ରୁପେ ଜନଗଣନା କରିବା ପାଇଁ ପରିଚୟ ପତ୍ର ଓ କିଟ ବ୍ୟାଗ ବଣ୍ଟନ କରାଯାଇଥିଲା। ତହସିଲଦାର ତଥା ଚାର୍ଜ ଅଫିସର ଗ୍ରାମୀଣ ଧରାକୋଟ ଲମ୍ବୋଦର ମାରାଣ୍ଡି, ସୁପର ଭାଇଇଯର ସୌରୀ ଶଙ୍କର ବେହେରା , ଜନଗଣନାକାରି ମିନତି ପତ୍ରୀ,ଝରଣା ସେନାପତି, ସୁପର୍ଣ୍ଣା ପ୍ରଧାନ ଙ୍କ ଉପସ୍ଥିତି ରେ ଜଞ୍ଜମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଙ୍କ ବାସଭବନରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱଗୃହ ଗଣନା ଶେଷ ପରେ ଆଜି ଜନଗଣନା ର ପ୍ରଥମ ଦିନରେ ଡ୍ରାଫ୍ଟ ମେପ ପ୍ରସ୍ତୁତି, ଏଲ ହେଚ ଭି ସହିତ ପରିଚିତ ହେବା କାର୍ଯ୍ୟ,ଗୃହର ନମ୍ବରିଙ୍ଗ କେଉଁ ଦିଗରୁ ପ୍ରସ୍ତୁତ ହୋଇ କେଉଁ ଦିଗରେ ସମାପ୍ତ ହେବ ତାହାର ଆକଳନ କରି ଘର ନମ୍ବରିଙ୍ଗ କରାଯାଇଥିଲା । ଏହି ପ୍ରକ୍ରିୟା ଆସନ୍ତା ମେ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଚାର୍ଜ ଅଫିସର ପ୍ରକାଶ କରିଛନ୍ତି।


