Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଜନଗଣନା ରଥରଶୁଭାରମ୍ଭ

 


ଚଳିତ ମାସର 16 ତାରିଖ ଠାରୁ ମେ ମାସର 15 ତାରିଖ ପର୍ଯ୍ୟନ୍ତ ଜନ ଗଣନା କରାଯିବ । ଲୋକ ମାନଙ୍କୁ ସଠିକ ଭାବରେ ତଥ୍ୟ ପ୍ରଦାନ ସହ ଜନ ଗଣନାକାରୀ ମାନଙ୍କୁ ଏଥିରେ ସହଯୋଗ କରିବା ଉଦ୍ଦେଶ୍ୟରେ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ଧରାକୋଟ ତହସିଲ ତରଫରୁ ଜନ ଗଣନା ରଥର ଶୁଭାରମ୍ଭ କରାଯାଇଛି । ତହସିଲଦାର ତଥା ଚାର୍ଜ ଅଫିସର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ଚାର୍ଜ ଅଫିସର ତଥା ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ସୁପର ଭାଇଯର ସୁଜ୍ଞାନି ବେହେରା,ସମସ୍ତ ରାଜସ୍ୱ ନିରୀକ୍ଷକ ଙ୍କ ଉପସ୍ଥିତିରେ ତହସିଲଦାର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଧରାକୋଟ ବ୍ଲକର 279 ହେଚ ଏଲ ବି ର ଗଣନା ପାଇଁ 41 ଜଣ ସୁପର ଭାଇଯର ଓ 242 ଜଣ ଗଣନାକାରି ଏହି ଜନ ଗଣନା ରେ ନିୟୋଜିତ ରହିବା ପାଇଁ ତାଲିମ ଗ୍ରହଣ କରିଛନ୍ତି । ଏହି ବିଭାଗର ତନ୍ମୟ ବେହେରା, ସୁଦୀପ୍ତ ସ୍ୱାଇଁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS