Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ସିବିଏସଇ ୧୦ମ ଫଳାଫଳରେ ଓଏଭିର ଚମକ; ପାସ୍ ହାର94.14%


ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ମାନେ ପୁଣିଥରେ ସିବିଏସଇ ୧୦ମ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୨୦୨୫-୨୬ ଶିକ୍ଷାବର୍ଷର ଫଳାଫଳରେ ସମୁଦାୟ ୧୬,୯୬୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୫,୯୯୦ ଜଣ ଉତ୍ତୀର୍ଣ୍ଣ ହୋଇ ୯୪.୨୫% ପାସ୍ ହାର ରେକର୍ଡ ହୋଇଛି। ଏଥର ମଧ୍ୟ ଅନେକ ଛାତ୍ରଛାତ୍ରୀ ଉଚ୍ଚ ମାର୍ଚ୍ଚ ଆଣି ସ୍କୁଲମାନଙ୍କର ଗୌରବ ବଢ଼ାଇଛନ୍ତି।୮ ଜଣ ଛାତ୍ରଛାତ୍ରୀ ୯୯%ରୁ ଅଧୂକ ମାର୍କ୍ସ ପାଇଥିବା ବେଳେ ୧,୫୯୮ ଜଣ ୯୦%ରୁ ଅଧୂକ ଅଙ୍କ ହାସଲ କରିଛନ୍ତି।

ରାଜ୍ୟର ସର୍ବୋଚ୍ଚ ଅଙ୍କ ୯୯.୬% ଦୁଇଜଣ ଛାତ୍ର ସଂଯୁକ୍ତ ଭାବେ ହାସଲ କରିଛନ୍ତି- ବଲାଙ୍ଗିର ଜିଲ୍ଲାର ପାଥରଚେପା ଓଏଭିର ଶ୍ରେୟାଂଶ ନନ୍ଦ ଓ ସତ୍ୟବାଦୀ ଓଏଭିର ଆଶୀର୍ବାଦ ମିଶ୍ର।

ଏହାସହ ପାଥରଚେପା ଓଏଭିର ସୋନାକ୍ଷୀ ପାଢ଼ୀ ୯୯.୪% ଅଙ୍କ ପାଇଥିବା ବେଳେ, ପ୍ରୟାଗ ନାୟକ ଓ ସୋରଡା ଓଏଭିର ଅଂଶୁମାନ ପଣ୍ଡା ପ୍ରତ୍ୟେକ ୯୯.୨% ଅଙ୍କ ହାସଲ କରିଛନ୍ତି।

ସମୁଦାୟ ଫଳାଫଳ ଦେଖୁଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନଙ୍କର ଶିକ୍ଷା ମାନ ଏବଂ ନିରନ୍ଧର ସଫଳତା ପୁନର୍ବାର ପ୍ରମାଣିତ ହୋଇଛି।
Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS