Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ବଜ୍ରକାପ୍ତା କାତିକୁ କରିଥିଲେ ୧୬୪ ଖଣ୍ଡ, ବନ୍ଧା ହେଲେ ମା ପୁଅ



ବଜ୍ରକାପ୍ତାକୁ ମାରିଦେଲେ। ଏହାପରେ ତାର କାତିକୁ ୧୬୪ ଖଣ୍ଡ କରି ବସ୍ତାରେ ଲୁଚାଇ ରଖିଥିଲେ। ସେହିପରି ଚିତା ବାଘ ଛାଲକୁ ବି ବେଶ ସତର୍କତାର ସହ ଲୁଚାଇ ରଖିଥିଲେ। ମାତ୍ର ଚୋର ଘର ସବୁଦିନ ଅନ୍ଧାର ରୁହେନି। ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ମା’ ପୁଅଙ୍କୁ ବାନ୍ଧିଛି ପୋଲିସ ।ନୟାଗଡ଼ ଦଶପଲ୍ଲା ରେଞ୍ଜ ଅଧୀନ କୁଜାମେଣ୍ଡି ବିଟ୍ ହାଉସ ଅଞ୍ଚଳରୁ ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ସହ ମା’ ପୁଅଙ୍କୁ ଗିରଫ କରିଛି ବନ ବିଭାଗ। ବନବିଭାଗ ପକ୍ଷରୁ କୁଜାମେଣ୍ଡି ଗାଁରେ ଚଢ଼ାଉ କରି ଜ୍ୟୋସ୍ନା ରାଣୀ ମଲ୍ଲିକ ଓ ତାଙ୍କ ପୁଅ ପ୍ରଦୀପ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାୟୀ, ଫୁଲବାଣୀ ଅଞ୍ଚଳରୁ ଚିତାବାଘ ଶିକାର କରାଯାଇଥିବା ବେଳେ ଦଶପଲ୍ଲା ଅଞ୍ଚଳରୁ ବଜ୍ରକାପ୍ତା ଶିକାର କରାଯାଇଥିଲା। ଏହାପରେ ତାହାର କାତିକୁ ୧୬୪ ଖଣ୍ଡ କରି ଏକ ବସ୍ତାରେ ଭର୍ତ୍ତି କରାଯାଇ ରଖାଯାଇଥିଲା। ଜ୍ୟୋସ୍ନା ରାଣୀ ମଲ୍ଲିକ ଏହାକୁ ନିଜ ଘରେ ଲୁଚାଇ ରଖିଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବନ ବିଭାଗ ଟିମ୍ ହଠାତ୍ ଜ୍ୟୋସ୍ନା ରାଣୀଙ୍କ ଘରେ ଚଢ଼ାଉ କରିଥିଲା। ବହୁ ଛାନଭିନ ପରେ ଏକ ବସ୍ତା ଭିତରୁ ବଜ୍ରକାପ୍ତାର କାତିକୁ ଜବତ କରାଯିବା ସହ ବନ ବିଭାଗ ଉଭୟ ମା’ ପୁଅଙ୍କୁ ଗିରଫ କରିଛି। ତେବେ ଏହି କାଣ୍ଡ ପଛରେ ଆହୁରି ବହୁ ଜଣ ସାମିଲ ଥିବା ସନ୍ଦେହରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ନୟାଗଡ ଡିଏଫ୍ଓ କହିଛନ୍ତି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS