Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ସୁନ୍ଦରାପଲ୍ଲୀ ପଞ୍ଚୁଦଣ୍ଡରେ ପିଟାପିଟି , ଆଧ୍ୟାତ୍ମିକ ଭାବନା ପ୍ରତି କୁଠାରଘାତ

 



ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ଚାଲିଛି ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ଜ୍ୱଳନ୍ତ ପ୍ରତୀକ ଦଣ୍ଡ ନାଚ। ଏହାକୁ ଶୃଙ୍ଖଳିତ ଓ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରଣୟନ କରାଯାଇଛି । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି । ସବୁ ସତ୍ତ୍ୱେ ଧରାକୋଟ ଥାନା ଅନ୍ତର୍ଗତ ସୁନ୍ଦରାପଲ୍ଲୀ ଗ୍ରାମରେ ଗତକାଲି ଚାଲିଥିବା ପଞ୍ଚୁ ଦଣ୍ଡରେ ପରମ୍ପରା ଭୁଲି ଦଣ୍ଡୁଆ ଦଣ୍ଡୁଆ ମଧ୍ୟରେ ବାନା ବାଡି ରେ ବାଡାବାଡ଼ି ହୋଇ ଥିବା ଏକ ସାମାଜିକ ଗଣ ମାଧ୍ୟମ ରେ ଘୁରି ବୁଲୁବା ଘଟଣା ଭକ୍ତ ମାନଙ୍କୁ ମାନସିକ ଆଘାତ ପହଞ୍ଚିଛି l ଏହି ଗ୍ରାମରେ ଗୋଲିଆ, ମୋରାବାଈ, କବିସୂର୍ଯ୍ୟନଗର ପରିଡା ପାର୍ଟି, ହିଞ୍ଜିଳି କାଟୁ ସାନ ପାର୍ଟି ଓ ପୁରୁଷୋତ୍ତମ ପୁର ଗୌଡ଼ ପାର୍ଟି ମଧ୍ୟରେ ପଞ୍ଚୁ ଦଣ୍ଡ ଗତକାଲି ଅର୍ଥାତ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା l ଗାଁ ମଧ୍ୟରେ ହିଞ୍ଜିଳିକାଟୁ ସାନପାର୍ଟି ଓ ପୁରୁଷୋତ୍ତମପୁର ଗୌଡପାର୍ଟି ନାଚ ପାଇଁ କମିଟି ସ୍ଥିର କରିଥିବା ବେଳେ ଗାଁ ବାହାରେ ଗୋଲିଆ, ମୋରାବାଇ ଓ କବିସୂର୍ଯ୍ୟ ନଗର ଦଳ ପାଇଁ ସ୍ଥାନ ନିରୂପଣ କରାଯାଇଥିଲା l ପ୍ରଥମେ କାଟୁ ଦଣ୍ଡ ଦଳ ନିଜ ନିଜ ସ୍ଥାନରେ ପହଂଚି ଥିଲେ l ଏହାପରେ ପୁରୁଷୋତ୍ତମପୁର ଦଣ୍ଡ ଦଳ ଅଗ୍ନିଦଣ୍ଡ ଖେଳି କାଟୁ ପାର୍ଟି କୁ ଅତିକ୍ରମ କଲା ବେଳେ ଅଗ୍ନି ଦଣ୍ଡ ର ଝୁଣା ନିଆଁ କୁଆଡେ କାଟୁ ଦଣ୍ଡୁଆ କୁ ବାଜିଥିଲା l ଏଥିରେ ରାଗି ଯାଇ ପୁରୁଷୋତ୍ତମପୁର ଦଳର ଦଣ୍ଡୁଆ କୁ ବାନା ବାଡ଼ିରେ ଆକ୍ରମଣ ପରେ ଦୁଇ ଦଳ ମଧ୍ୟରେ ମାର ପିଟ ଆରମ୍ଭ ହୋଇଯାଇଥିଲା । ଏହି ଗଣ୍ଡଗୋଳ ହେବାର ଭିଡିଓ ସୋସିଆଲ ମିଡିଆରେ ଏବେ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି। ଏପରି ଘଟଣା ଏତେ ଅଧିକ ଥିଲା ଯେ ଗ୍ରାମର ଗ୍ରାମ୍ୟ କମିଟି ବି ତାହାକୁ ଆୟତ କରିବାରେ ବିଫଳ ହୋଇଥିଲେ । ଦଣ୍ଡ ନାଚ ପାଇଁ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ନିୟମ ଲାଗୁ କରିଥିଲେ ମଧ୍ୟ କାହିଁକି ଏଭଳି ଏକ ଘଟଣା କୁ ଏଡାଇ ଦିଆଗଲା ନାହିଁ ଏହାକୁ ନେଇ ସର୍ବତ୍ର ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି l ଖବର ଲେଖା ପର୍ଯ୍ୟନ୍ତ କୌଣସି ଅଭିଯୋଗ ଥାନା ରେ ହୋଇ ନାହିଁ କିମ୍ବା କୌଣସି ଦଣ୍ଡୁଆ ଆହତ ହୋଇଥିବା ସୂଚନା ମିଳିନାହିଁ l ଘଟଣା ସମ୍ପର୍କରେ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ଙ୍କ ସହ ଯୋଗାଯୋଗ ବେଳେ ସିନ୍ଦୁରାପଲି ଗ୍ରାମ୍ୟକମିଟି କୁ ଆଜି ଥାନାକୁ ଆସିବା ପାଇଁ କୁହାଯାଇଛି । ପରିସ୍ଥିତି ଅନୁଧ୍ୟାନ କରିବା ପରେ ମାମଲା ରୁଜୁ ହେବ ବୋଲି ପ୍ରକାଶ କରିଛନ୍ତି। ଏହି ଘଟଣା ଧରାକୋଟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS