ପଶ୍ଚିମବଙ୍ଗ ଫାଲଟା ଆସନ ଅନ୍ତର୍ଗତ କେତେକ ବୁଥର ଇଭିଏମରେ ବିଜେପି ବଟନକୁ ଟେପ୍ ଲଗାଇ ଅଟକାଯାଇଥିବାର ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଦଳର ରାଷ୍ଟ୍ରୀୟ ଆଇଟି ସେଲ୍ ପ୍ରମୁଖ ଅମିତ୍ ମାଲବ୍ୟ। ଏକ ଭିଡିଓ ସେୟାର୍ କରି ଏଭଳି ଅଭିଯୋଗ କରିଛନ୍ତି। ଏଇ ଆସନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଏବଂ ଟିଏମ୍ ସି ପ୍ରାର୍ଥୀ ଜେହାଙ୍ଗିର ଖାନ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ମାଲବ୍ୟ ଅଭିଯୋଗ କରିଛି ଯେ ବିଜେପି ବଟନରେ ଟେପ୍ ଲଗାଯିବା କାରଣରୁ ବୁଥ୍ ନମ୍ବର ୧୪୪ ଏବଂ ୧୮୯ ସମେତ କେତେକ ସ୍ଥାନରେ ଭୋଟରମାନେ ବିଜେପିକୁ ଭୋଟ୍ ଦେବାର ସୁଯୋଗ ପାଇ ନାହାନ୍ତି। ତେଣୁ ଏହାକୁ ମମତାଙ୍କ ଡାଇମଣ୍ଡ ହାରବର ମଡେଲ ବୋଲି ଦର୍ଶାଇ ମାଲବ୍ୟ ମମତାଙ୍କୁ ଟାର୍ଗେଟ କରିଛନ୍ତି l


