Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ପ୍ରେମ_ପାଇଁ_ପାଗଳ_ମହାବଳ



ବାଘୁଣୀ ‘ଜିନ୍ନତ’ ପ୍ରେମରେ ପାଗଳ ମହାବଳ

ଦୁଇ ରାଜ୍ୟ ଡେଇଁ ଆସିଛି ଶିମିଳିପାଳ

ପ୍ରାୟ ଦେଢ ହଜାର କିମି ଅତିକ୍ରମ କରି ଏକ ଯୁବ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି

ଶିମିଳିପାଳ ଘଞ୍ଚ ଜଙ୍ଗଲରେ ୫ ମାସ ହେଲା ଘୂରି ବୁଲୁଛି 

ଖୋଜୁଛି ନିଜ ପ୍ରେମିକା ବାଘୁଣୀ ‘ଜିନ୍ନତ’କୁ 

ବନ ବିଭାଗ ସୂତ୍ରରୁ ପ୍ରକାଶ, ମହାବଳଟିର ବୟସ ପ୍ରାୟ ୪-୫ ବର୍ଷ ହେବ

ମେଲାନିଷ୍ଟିକ୍ ପ୍ରଜାତିର ନୁହଁ 

ଅଗଷ୍ଟ-ସେପ୍ଟେମ୍ବର ମାସରେ ଛତିଶଗଡ଼ ପଟୁ ଓଡିଶା ସୀମା ଡେଇଁ ସୁନ୍ଦରଗଡ଼

ବଣାଇ ଜଙ୍ଗଲରେ ପାଦ ଥାପିଥିଲା 

ପରେ ବାମରା-ଗଙ୍ଗପୁର ଜଙ୍ଗଲ ଦେଇ ଦେବଗଡ଼

କାମାକ୍ଷାନଗର ଓ କେନ୍ଦୁଝର ଜଙ୍ଗଲରେ ବୁଲିଲା 

ଡିସେମ୍ବର ମାସରେ ଶିମିଳିପାଳରେ ପଶିଥିଲା 

ସେହି ମାସ ୨୪ ତାରିଖରେ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍ କ୍ୟାମେରା ପ୍ରଥମଥର ପାଇଁ ଏହି ମହାବଳର ଭିଡିଓ ଉତ୍ତୋଳନ କରିଥିଲା 

ବାଘଟି ୫ ମାସ ଭିତରେ ଶିମିଳିପାଳ (ଉତ୍ତର)ର ଘଞ୍ଚ ଜଙ୍ଗଲକୁ ନିଜ ବାସସ୍ଥାନ ବୋଲି ବାଛି ସାରିଲାଣି 

ଏହି ହୃଷ୍ଟପୁଷ୍ଟ ମହାବଳଟି ମହାରାଷ୍ଟ୍ରର ତଡ଼ଭା-ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପର

ସେଠାରେ ରହୁଥିବା ବାଘୁଣୀ ‘ଜିନ୍ନତ’ ପ୍ରେମରେ ବାଉଳା ହୋଇ ଏଠାକୁ ଆସିଥାଇପାରେ

୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ର ତଡ଼ଭା-ଅନ୍ଧାରୀ ପ୍ରକଳ୍ପରୁ ୩ ବର୍ଷୀୟା ବାଘୁଣୀ ଜିନ୍ନତକୁ ଶିମିଳିପାଳକୁ ଅଣାଯାଇଥିଲା

ଜିନ୍ନତ ପ୍ରଥମେ ନିଜକୁ ଖାପଖୁଆଇ ପାରିଲାନି 

ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହେଲା

ଦୀର୍ଘ ମାସେ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲିଲା

ବହୁ କଷ୍ଟରେ ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତକୁ ଓଡିଶା ଅଣାଗଲା 

ଗତବର୍ଷ ଏପ୍ରିଲ ମାସରେ ଯମୁନାଗଡ଼ସ୍ଥିତ ସ୍ୱତନ୍ତ୍ର ଏନ୍‌କ୍ଲୋଜରରୁ ମୁକୁଳିଛି ଜିନ୍ନତ 

ଏବେ ଶିମିଳିପାଳର ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଛି l

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS