Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଦାଦନ ଖଟିବାକୁ ଯାଇ ସବ ହୋଇ ଫେରିଲେ l

 



କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲୋହରା ସାହିର ଶଙ୍କର ବିଶୋଇ (୪୦)ଙ୍କ ମୃତଦେହ ଦାରିଙ୍ଗବାଡିରେ ପହଞ୍ଚିଛି। ବୁଧବାର ସକାଳ ୮ଟା ସମୟରେ ମୃତଦେହ ତାଙ୍କ ଲୋହରା ସାହି ରେ ରହିଥିବା ବାସ ଭବନରେ ପହଞ୍ଚିଛି। ପରେ ସାହି ବାସିନ୍ଦାଙ୍କ ସହଯୋଗରେ ତାଙ୍କ ମୃତଦେହକୁ ନିକଟସ୍ଥ ମଶାଣିରେ ଶେଷକୃତ୍ୟ କରାଯାଇଛି। ଶଙ୍କରଙ୍କ ମୃତଦେହ ପହଞ୍ଚିବା ଶୁଣି ତାଙ୍କୁ ଜାଣିଥିବା ଲୋକମାନେ ଶଙ୍କରଙ୍କ ଘର ଆଗରେ ଏକତ୍ର ହୋଇଥିଲେ। କାନ୍ଦ ବୋବାଳି ରେ ଅଞ୍ଚଳ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ସମସ୍ତଙ୍କ ମୁହଁରୁ ଗୋଟିଏ କଥା ଶଙ୍କର ଜଣେ ଭଲ ମଣିଷ ଟିଏ ଥିଲା ତାକୁ ହରେଇ ପରିବାର, ସାହି ବାସିନ୍ଦା ଓ ସାଙ୍ଗସାଥି ଭାଙ୍ଗି ପଡିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଶଙ୍କର ଗତ ୨୩ରେ ଘରୁ ମୁମ୍ବାଇ ଦାଦନ ଖଟିବାକୁ ବାହାରିଥିଲେ। ସେ ୨୫ରେ ପୂର୍ବ ମୁମ୍ବାଇର ଘଟକପୁରଠାରେ ପହଞ୍ଚି ୨୬ରେ ବିଶ୍ରାମ ନେଇ ୨୭ ତାରିଖ ସୋମବାର ଏକ କନଷ୍ଟ୍ରକ୍ସନ କମ୍ପାନୀର କୋଠା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିଛି ସମୟ କାର୍ଯ୍ୟ କରିବା ମଧ୍ୟରେ ସେ ଅସାବଧାନତା ଯୋଗୁ ୪ ମହଲାରୁ ତଳକୁ ଖସି ପଡିଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସେଠାରୁ ତାଙ୍କୁ ସେହିଦିନ ବିଳମ୍ବିତ ରାତିରେ ମୃତଦେହ ଘରକୁ ନେବାକୁ ଉକ୍ତ କମ୍ପାନୀ ବ୍ୟବସ୍ଥା କରିଥିଲା। ମୃତଦେହ ପ୍ରାୟ ୧୫ ଶହ କିମି ମୁମ୍ବାଇରୁ ଦାରିଙ୍ଗବାଡିକୁ ଆମ୍ବୁଲାନ୍ସ ଦ୍ୱାରା ଆସିଥିବା ଜଣାପଡିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS