ବିଜେଡି_ହଇରାଣ_କରିଥିଲା__କଂଗ୍ରେସ ସାନଖେମୁଣ୍ଡି ବିଧାୟକଙ୍କୁ
ବାପା ପୁଅ ରାଜନୀତିରେ ବଳି ପଡ଼ୁଛନ୍ତି ବିଧାୟକ କଂଗ୍ରେସ କର୍ମୀ ।
ପ୍ରତିଶୋଧ ନେବା ପାଇଁ ଦିଲ୍ଲୀପ ବାବୁଙ୍କୁ ଭୋଟ୍ ଦେଲେ । ବାଘ କେବେ ଘାସ ଖାଏନି ।
ପିସି ସଭାପତି ଭକ୍ତ ଦାସ କାହାକୁ ପଚାରି ବିଜେଡିକୁ ସମର୍ଥନ ଦେଲେ ? ଶିକାର ହୋଇଥିଲେ ,
ଶିକାର କଲେ
ଏମିତି କିଛି କହିଛନ୍ତି ଗଞ୍ଜାମ ଟାଇଗର ରମେଶ ଜେନା। ବର୍ତ୍ତମାନ ଓଡିଶା ରାଜନିତିରେ ହଇଚଇ ସୃଷ୍ଟି କରିଛି। ଏହି ପରିସ୍ଥିତି ତଳେ ପିସିସି ସଭାପତି ରମେଶ ଙ୍କୁ ନିଲମ୍ବନ କରିବା ସହ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ଗଂଜାମ ରାଜନୀତି ରେ ହୋଉଛି ବିସ୍ଫୋରଣ। ରମେସ ଙ୍କ ପରେ ଗଞ୍ଜାମ ର ସମିକରଣ କଣ ହେବ, କଂଗ୍ରେସ କର୍ମୀ ଙ୍କ କଣ କରିବେ, ଯେଉଁ ରମେଶ ଗଞ୍ଜାମ ର କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡି ଥିଲେ ବର୍ତ୍ତମାନ କଣ ହେବ। ଅନ୍ୟପଟେ କିଛି କଂଗ୍ରେସ କର୍ମୀମାନେ ପ୍ରେସ ମିଟ କରି ବିଷ ଓଗାଳି ଛନ୍ତି। ତେଣୁ ଓଡ଼ିଶାର ରାଜନୀତି ରେ ହୋଇଥିବା ବିସ୍ଫୋରଣ ରେ ଗଂଜାମ ଜିଲ୍ଲା କଂଗ୍ରେସ ଘାଇଲା। ରମେସ ଙ୍କ ପ୍ରଶ୍ନ ଯେଉଁ ବିଜେଡି ତାଙ୍କୁ ହଇରାଣ କରିଥିଲା ତାହାର ବଦଲା ସେ ନେଇଛନ୍ତି। ତାଙ୍କ କହିବା ଅନୁସାରେ ଭକ୍ତ ଦାସ କୋଟି କୋଟି ଟଙ୍କାର ଡିଲ କରିଛନ୍ତି।ଆହୁରି ମଧ୍ୟ କହିଛନ୍ତି ଯେ ବିଜେଡି ଅନାସ୍ତା ସମୟରେ କୋଉଠି ଥିଲା ବିଜେଡି। ଜଣେ ବିଧାୟକ ନିଜର ପସନ୍ଦ ର ବ୍ୟକ୍ତିକୁ ଭୋଟ ଦେବା ଅଧିକାର ଅଛି । ତେଣୁ ଦିଲ୍ଲୀପ ଜଣେ ସ୍ୱାଧୀନ ପାର୍ଥି ସେ କୌଣସି ବିଜେପି ଦଳର ନଥିଲେ। ତେଣୁ ଦେଖିବାକୁ ବାକି ରହିଲା ରମେଶଙ୍କ ଗତି କୁଆଡେ?


