Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଧରାକୋଟ ରେ ହିନ୍ଦୁ ନବବର୍ଷ ପାଳନ



ଧରାକୋଟ,୧୯/୩/୨୦୨୬ ଗୁରୁବାର ଦିନ ପବିତ୍ର ହିନ୍ଦୁ ନବବର୍ଷ ଅବସରରେ ଧରାକୋଟ ବ୍ଲକ ବିଜେପି ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ଦ୍ୱାରା ଧରାକୋଟ ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଆଡମ୍ବର ସହିତ ପାଳନ କରାଯାଇଛି | ଉକ୍ତ ବୈଠକ ରେ ସନାତନ ଧର୍ମ ଏବଂ ପ୍ରଭୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଜୀ ଙ୍କ ମହିମା ବଖାଣିବା ସହ ଆସନ୍ତା ୨୭ ମାର୍ଚ୍ଚ ରେ ଆସୁଥିବା ରାମନବମୀ ଧୁମ ଧାମ ରେ ପାଳନ ସକାଶେ ମଧ୍ୟ ଆଲୋଚନା ହୋଇଯାଇଛି | ଏହି ବୈଠକ ରେ ପୂର୍ବତନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ କୁମାର ମହାନ୍ତି,ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ପୁରୁଖା ନେତା ତଥା ଘୁମୁସର ଆସ୍କା ସାଙ୍ଗଠନିକ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଗଦାଧର ସ୍ୱାଇଁ,ଘୁମୁସର ଆସ୍କା ସାଙ୍ଗଠନିକ ଜିଲ୍ଲା ର ଅନୁସୂଚିତ ଜାତି ମୋର୍ଚ୍ଚା ର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ନାୟକ, ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ, ଜାହାଡା ମଣ୍ଡଳ ସଭାପତି ଜିତେନ୍ଦ୍ର ବିଶୋଇ, ମାଣିକ୍ୟପୁର ମଣ୍ଡଳ ସଭାପତି ଟୁକୁନା ନାୟକ, ଧରାକୋଟ ମଣ୍ଡଳ ପୂର୍ବତନ ସଭାପତି ୟୁ.ପାପା ରାଓ, ମାଣିକ୍ୟପୁର ମଣ୍ଡଳ ପୂର୍ବତନ ସଭାପତି ଅଶୋକ ନାୟକ, ଧରାକୋଟ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମିଥୁନ ପ୍ରଧାନ, ଧରାକୋଟ ମଣ୍ଡଳ ଯୁବମୋର୍ଚ୍ଚା ସମ୍ପାଦକ ଦେବାଶିଷ ମିଶ୍ର, ଓଳମ୍ବା ସରପଞ୍ଚ ପ୍ରତିନିଧି ସମୀର ସ୍ୱାଇଁ, ଝାଡ଼ବନ୍ଧ ନାଏବ ସରପଞ୍ଚ ଗୌରହରୀ ଗୌଡ଼,କମଳ ସାହୁ, ଶିବଶଙ୍କର ମହାନ୍ତି, ମଣ୍ଟୁ ବିଶୋଇ, ଅନୁପ ଜେନା, ସଞ୍ଜୟ ବିଶୋଇ, ଅଶ୍ୱିନୀ ବିଶୋଇ, ସତ୍ୟନାରାୟଣ ସାବତ , ଗଗନ ବିହାରୀ ସ୍ୱାଇଁଙ୍କ ସମେତ ବହୁ ସଂଖ୍ୟା ରେ ରାମଭକ୍ତ ସନାତନୀ ଯୋଗଦେଇଥିଲେ |

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS