Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

୧୬୩ ଧାରା ସ୍ଵତେ ବେଆଇନ ବାଲି ଘାଟ ବାଲି ଚାଲଣକୁ ନେଇ ତାତିଲେ ଗ୍ରାମବାସୀ l ୨୦ ଟି ହାଇୱ୍ବା ଅଟକ l କେବେ ହେବ କାର୍ଯ୍ୟାନୁଷ୍ଠାନ l

 


ଆସ୍କା -... 19/3/26

ଗଞ୍ଜାମ ଜିଲ୍ଲା ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ କେନ୍ଦୁପଦର ନିକଟରେ ଥିବା ଋଷିକୂଲ୍ୟା ନଦୀର ବେଆଇନ ବାଲି ଘାଟକୁ ନେଇ ଉତ୍ତେଜନା l ୧୬୩ ଧାରା ସ୍ଵତେ ବେଆଇନ ବାଲି ଘାଟରୁ ରାତି ଅଧିଆ ଶହ ଶହ ହାଇୱ୍ବାରେ ବାଲି ଚୋରାଚାଲଣ ହେଉଛି l ଯାହାର ପ୍ରତିବାଦ କରି ବାଲିଘାଟରେ ଥିବା ୨୦ ଟି ହାଇୱ୍ବା ସହ ଜେସିବିକୁ ଅଟକ ରଖିଛନ୍ତି l ଘଟଣା ସ୍ଥଳରେ କୋଟିନଡ଼ା ପୋଲିସ ସହ ଖଣି ବିଭାଗର ଅଧିକାରୀ ମାନେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି l ଚାରଟି ବାଲି ବୋଝେଇ ହାଇୱ୍ବାକୁ ଧରି ଆଣି ଆସିକା ତହସିଲ ସାମ୍ନାରେ ରଖା ଯାଇଥିବା ବେଳେ ଏବେବି ୧୬୩ ଧାରା ଜାରି ହୋଇଥିବା ବେଆଇନ ବାଲି ଘାଟରେ ୧୬ ଟି ହାଇୱ୍ବା ସହ ଜେସିବି ମେସିନ ରହିଛି ଯାହାକୁ ଜଗି ରହିଛନ୍ତି ପୋଲିସ l ତେବେ କୋଉଠି ନା କୋଉଠି ବାଲି ମାଫିଆ ମାନଙ୍କ ସହ ପ୍ରଶାସନ ଅଧିକାରୀ ମାନଙ୍କ ମଧୁ ଚନ୍ଦ୍ରିକା ରହୁଛି ଯାହାକୁ ଢାଲ କରି ୧୬୩ ଧାରା ସ୍ଵତେ କାହାକୁ ଖାତିର ନ କରି ରାତି ତମାମ ବାଲି ଚୋରାଚାଲାଣ କରାଯାଉଛି l ତେବେ ଆଗକୁ ଘଟଣାରେ ପ୍ରଶାସନ ତରଫରୁ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ସେସବୁ ଉପରେ ନଜର ରହିବ l

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS