ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପାଟପଲ୍ଲୀ ଛକ ଠାରେଲକ୍ଷ୍ମୀ ବସ ସହ ବୁଲେଟ ମୁହାଁମୁହିଁ ଧକ୍କା, ତିନି ମୃତ୍ୟୁ । ମୃତକ ମାନେ ହେଲେ ମାଣିଆକାଠି ଗ୍ରାମର ସିଲୁ ମୁଳି, ଟିଲୁ ଗୌଡ଼, ଶଙ୍କର ଗୌଡ଼ । ସୂଚନା ମୁତାବକ ଗୋଟିଏ ବୁଲେଟ୍ ରେ ତିନି ଜଣ ସୋରଡ଼ା ରୁ କାମ ସାରି ନିଜ ଗ୍ରାମ ମାଣିଆକାଠି କୁ ଫେରୁଥିବା ବେଳେ ବିପରୀତ ଦିଗରୁ ଲକ୍ଷ୍ମୀ ବସଟି ସୋରଡ଼ା ଅଭିମୁଖେ ଆସୁଥିବା ବେଳେ ପାଟ ପଲ୍ଲୀ ଛକ ଠାରେ ମୁହମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ତିନି ଜଣ ମୃତ୍ୟୁ ଘଟିଛି । ସୂଚନା ପାଇବା ପରେ ଘଟଣା ସ୍ଥଳରେ 108 , ସୋରଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତକ ମାନଙ୍କୁ ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ଲକ୍ଷ୍ମୀ ବସ ସହ ବୁଲେଟ ମୁହାଁମୁହିଁ ଧକ୍କା, ତିନି ମୃତ୍ୟ l
March 19, 2026
0



