Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଧରାକୋଟ ରେ ଶେଷ ଆଡପ ଦର୍ଶନ ରେ ରାମ ପର୍ଶୁରାମ ବେଶ

 


ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡର ପ୍ରସିଦ୍ଧ ଭିନ୍ନତା ସମ୍ପନ୍ନ ରଥଯାତ୍ରା ର ଆଡପ ମଣ୍ଡପରେ ନବମ ତଥା ଶେଷ ଦିନର ଦର୍ଶନରେ ତିନି ଠାକୁର ରାମ ପର୍ଶୁରାମ ବେଶ ଧାରଣ କରିଥିଲେ । ତିନି ଠାକୁର ଙ୍କ ଏହି ମନଲୋଭା ବେଶ ଦେଖିବା ପାଇଁ ଧରାକୋଟ ଇଷ୍ଟେଟ ର ଚଉଦକୋଷ ରୁ ଶ୍ରଦ୍ଧାଳୁ ମାନେ ଭିଡ ଜମାଇଥିଲେ । ମଧ୍ୟାହ୍ନ ଭୋଗ ଅର୍ପଣ ପରେ ଠାକୁର ମାନେ ପହଡ ଯାଇଥିଲେ । ଅପରାହ୍ନ ଚାରିଟା ସମୟରେ ପହଡ ପରେ ଠାକୁର ମନଙ୍କୁ ସାଧାରଣ ଦର୍ଶନ ପାଇଁ ଦ୍ୱାର ଖୋଲା ଯାଇଥିଲା । ସନ୍ଧ୍ୟାରେ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ତିନି ଠାକୁରଙ୍କୁ ଆଳତି ପ୍ରଦାନ କରିଥିଲେ । ଆସନ୍ତା କାଲି ବାହୁଡ଼ା ତିଥିରେ ଠାକୁର ମାନଙ୍କୁ ଧାଡି ପହଣ୍ଡିରେ ରଥାରୂଢ଼ କରାଯିବ । ବ୍ୟତିକ୍ରମ ପରମ୍ପରା ଅନୁଯାୟୀ ଶନିବାର ଦିନ ଏକାଦଶୀ ତିଥିରେ ଧରାକୋଟ ରେ ବାହୁଡା ଯାତ୍ରା ପାଳନ କରାଯିବ ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS