Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଧରାକୋଟ ର ପୂର୍ବତ୍ତନ ସରପଞ୍ଚ ଙ୍କ ଦେହାନ୍ତ

 



ଧରାକୋଟ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମୋଚିଆ ଦାସ ଙ୍କର 85 ବର୍ଷ ବୟସରେ ଧରାକୋଟ ନିକଟସ୍ଥ ହନୁମାନ ଦ୍ୱାର ବାସ ଭବନ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ରମା ଦେବୀ,ପାଞ୍ଚ ପୁଅ ,ଦୁଇ ଝିଅ ଓ ନାତି ନାତୁଣୀ ମାନେ ଉପସ୍ଥିତ ରହିଥିଲେ। ସ୍ୱର୍ଗତ ଦାସ ଗତ 2002 ରୁ 2007 ପର୍ଯ୍ୟନ୍ତ ଧରାକୋଟ ପଞ୍ଚାୟତ ର ସରପଞ୍ଚ ଭାବରେ ନିଷ୍ଠାର ସହ ଦାୟିତ୍ୱ ତୁଲାଇ ଥିଲେ। ଜଣେ ସରଳ, ଅମାୟିକ, ପରୋପକାରୀ ବ୍ୟକ୍ତି ଭାବରେ ସେ ଧରାକୋଟ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ତାଙ୍କରି ମୃତ୍ୟୁରେ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS