ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ବୈଠକ ଆସିକା କାଳଷଣ୍ଢପୁର ଦଣ୍ଡ ମନ୍ଦିର ର ମେରୁ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ଆସିକା ବ୍ଲକ ଠିକାଦାର ସଙ୍ଘର ସଭାପତି ରାମଚନ୍ଦ୍ର ଜେନାଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକରେ ଆସିକା ସମେତ ଧରାକୋଟ,ସାନଖେମୁଣ୍ଡି, ଦିଗପହଣ୍ଡି,ହିଞ୍ଜିଳିକାଟୁ,କୁକୁଡ଼ାଖଣ୍ଡି,ବ୍ରହ୍ମପୁର,କବିସୂର୍ଯ୍ୟନଗର ବ୍ଲକର ଠିକାଦାର ସଙ୍ଘର ସଭାପତି, ସମ୍ପାଦକ ସମେତ ଶରତ ଚନ୍ଦ୍ର ସ୍ୱାଇଁ,ସଞ୍ଜୟ ରାଉତ,ପ୍ରକାଶ ଚନ୍ଦ୍ର ସାହୁ, ପଣ୍ଡିତ ବଲ୍ଳଭ ମହାନ୍ତି,ବଳରାମ ପାଢ଼ୀ,,ସୁରେନ୍ଦ୍ର ନାଥ ଗୌଡ଼, ପ୍ରଶାନ୍ତ କୁମାର ପ୍ରଧାନ, ସୁରେନ୍ଦ୍ର ନାଥ ବିଷୋୟୀ, ସଂଜୀବ ପାତ୍ର, କାଳିଆ ପଣ୍ଡା, ରବୀନ୍ଦ୍ର ଗୌଡ଼, ହାଡୁ ବନ୍ଧୁ ମହାନ୍ତି, ଶିବ ଶଙ୍କର ଭଞ୍ଜ,ରାଜେଶ,କାଁହୁ ଚରଣ ପଣ୍ଡା,କାମେଶ୍ୱର ପାତ୍ର, ଗୋବିନ୍ଦ ସାହୁ,ସମେତ ଶତାଧିକ ଠିକାଦାର ଉପସ୍ଥିତ ଥିଲେ ।ଆଜିର ଆଲୋଚନାରେ ଅତ୍ୟଧିକ ଲେସ ରେଟରେ କାମ ନକରି ନିର୍ଦ୍ଧାରିତ ଦର ରେ ସରକାରୀ କାମ କରିବା ବୋଲି ଠିକାଦାର ମାନଙ୍କ ଭିତରେ କରିବା ଲାଗି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଗଲା l ଵର୍ତମାନ ଠିକାଦାର ମାନେ ସାଂପ୍ରତିକ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲାର କିଛି ବ୍ଲକ ରେ ଅନ୍ୟ ବ୍ଲକ ର ଠିକାଦାର ଙ୍କୁ ଟେଣ୍ଡର ପ୍ରକ୍ରିୟାରେ ସୁଯୋଗ ନ ଦେବା ଯୋଗୁଁ ବୈଠକରେ ଠିକାଦାର ମାନେ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟିଦେବା କୁ ଦାବି କରିଥିଲେ । ସରକାର ଆଗାମୀ ଦିନରେ ଠିକାଦାର ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ନ ଦେଲେ ରାଜ୍ୟ ଠିକାଦାର ସଂଘ ଧାରଣାରେ ବସିବ ବୋଲି ସଂଘର ବରିଷ୍ଟ ସଭ୍ୟ ମାନେ ମତ ରଖିଥିଲେ l
ଗଞ୍ଜାମ ଜିଲ୍ଲା ରେ ଏକ ହଜାର ଠିକାଦାର ରହିଥିବା ବେଳେ ଆଗାମୀ ଦିନରେ ସମସ୍ତଙ୍କୁ ନେଇ ବିଶାଳ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ମତ ପ୍ରକାଶ ପାଇଥିଲା ।


