Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଦୁର୍ବଳ ନଦୀବନ୍ଧ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ ॥



ଧରାକୋଟ:ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୁଲ୍ୟା ନଦୀ ଧରାକୋଟ ବ୍ଲକର ବରଡାବିଲି,ଜାହାଡା, ସିଙ୍ଗିପୁର, ଜଗମୋହନ, ମୁଣ୍ଡମରାଇ, ଢଉଗାଁ, ରେଡ୍ଡୀ ଦାମୋଦର ପଲ୍ଲୀ ପଞ୍ଚାୟତ ଅଞ୍ଚଳରେ ପ୍ରବାହିତ ହେଉଛି। ଅସର୍ନ ବର୍ଷାଋତୁ ପୂର୍ବରୁ ଆଜି ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ବି ଡି ଓ ଭବାନୀ ଶଙ୍କର ପ୍ରଧାନ,ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କେ . ଦେବେନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଭୂୟାଁ, ଯୋଗେନ୍ଦ୍ର ସାସମଲ, ସୁପରଭାଇଯର ସୁଜ୍ଞାନି ବେହେରା,ରାଜସ୍ୱ ନିରୀକ୍ଷକ ରବୀନ୍ଦ୍ର ଗୌଡ଼,ଲୋଚନ ମଲିକ ପ୍ରମୁଖ ଭରତ ପଲ୍ଲୀ,ବରଡାବିଲି,କହିରା ପଲି, କୁଶପଡ଼ା ପ୍ରଭୃତି ଗାଁ ନିକଟରେ ଥିବା ଅସୁରକ୍ଷିତ ନଦୀବନ୍ଧ କୁ ପରିଦର୍ଶନ କରିଥିଲେ। ସଂପ୍ରତି ବର୍ଷା ଋତୁ ପୂର୍ବରୁ ଦୁର୍ବଳ ନଦୀ ହିଡ ଗୁଡ଼ିକର ବିଭାଗ ତରଫରୁ ପୁନରୁଧାର କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS