Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ଧରାକୋଟ ରାଜବାଟୀରେ ଚାଲିଛି ଦଣ୍ଡକାଳୀ ଚଳଚ୍ଚିତ୍ର ର ସୁଟିଂ



ଗଞ୍ଜାମ ଜିଲ୍ଲାର ଧରାକୋଟ ରାଜବାଟୀ ବା ପେଲେଶ ଭିତରେ ନିର୍ମାଣାଧୀନ ଓଡ଼ିଆ ଚଳଚ୍ଚିତ୍ର ଦଣ୍ଡକାଳୀ ର ସୁଟିଂ ଆରମ୍ଭ ହୋଇଛି । ଓଡ଼ିଶାର ବିଶେଷ କରି ଗଞ୍ଜାମ ଜିଲ୍ଲାର ଆଧ୍ୟାତ୍ମିକ ଓ ପାରମ୍ପରିକ ଗଣପର୍ବ ମା କାଳୀ ଙ୍କ ଦଣ୍ଡଯାତ୍ରା ଉପରେ ଏହି ଚଳଚ୍ଚିତ୍ରର କଥାବସ୍ତୁ ଆଧାରିତ । ରାଜଶ୍ରୀ ଘୋଷ ଏହାର ପ୍ରଯୋଜକ ରହିଥିବା ବେଳେ ସୁକାନ୍ତ ବାବୁ ଏହାର କାର୍ଯ୍ୟ ନିର୍ବାହୀ ପ୍ରଯୋଜକ ରହିଛନ୍ତି । ସୁଧାଂଶୁ ମୋହନ ସାହୁ ଏହାର ନିର୍ଦ୍ଦେଶକ,ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶକ, ଅଭିଷିକ୍ତା ମିଶ୍ର କାହଣୀ,ଦିଲିପ ଚୌଧୁରୀ ସଂଳାପ,ଦୀପକ କୁମାର ଚିତ୍ରାଉତ୍ତୋଳନ କରୁଥିବା ବେଳେ ତ୍ରିଲୋଚନ ସ୍ୱାଇଁ ସହ ନିର୍ଦ୍ଦେଶକ ରହିଛନ୍ତି । ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ମହାଶ୍ୱେତା ରାୟ,ସିଦ୍ଧାନ୍ତ ମହାପାତ୍ର,ଉସସି ମିଶ୍ର,ସୂର୍ଯ୍ୟମୟୀ,ଚୌଧୁରୀ ଜୟ ପ୍ରକାଶ ଦାସ, କ୍ରିଷ୍ଣା କର (କେ କେ),ନିହାର ରଞ୍ଜନ ସାମଲ,ଗୁରୁଦେବ,ଶ୍ରୀଧର ମହନ୍ତ,ତୃପ୍ତି ମିରାମିକା,ଉଦିତ ଗୁରୁ,ଏଲି ପାଢ଼ୀ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି । ଗଞ୍ଜାମ ଜିଲ୍ଲାର ଧରାକୋଟ,ଖଲିକୋଟ, କଞ୍ଚଣା, ସାଳବଣ ସମେତ ବିଭିନ୍ନ ପ୍ରାକୃତିକ ପରିବେଶ ରେ ଏହି ଚଳଚ୍ଚିତ୍ରର ସୁଟିଂ କରାଯିବ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯତ୍ରା ର ପ୍ରଚାର ଓ ପ୍ରସାରରେ ଏହି ଚଳଚ୍ଚିତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପ୍ରକାଶ ଯୋଗ୍ୟ ତିନିମାସ ପୂର୍ବେ ଧରାକୋଟ ରାଜବାଟୀରେ ସୁଟିଂ ସରିଥିବା ଓଡ଼ିଆ ଚଳଚ୍ଚିତ୍ର ମନ୍ତ୍ରମୁଗ୍ଧ ସଂପ୍ରତି ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରି ବେଶ ଲୋକପ୍ରିୟତା ହାସଲ କରିଚାଲିଛି । ଧରାକୋଟ ଅଞ୍ଚଳର ପ୍ରାକୃତିକ ପରିବେଶ ଚଳଚ୍ଚିତ୍ର ସୁଟିଂ ପାଇଁ ଅନୁକୂଳ ରହିଥିବାରୁ ପ୍ରଯୋଜକ ମାନେ ଏହି ଅଞ୍ଚଳରେ ନିଜର ଚଳଚ୍ଚିତ୍ରର ସୁଟିଂ ପାଇଁ ମନ ବଳାଉଥିବା ଦେଖିବାକୁ ମିଳିଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS