Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ସଡ଼କ ଦୁର୍ଘଟଣାରେ ପିତା ମୃତ, ଗୁରୁତର ପୁଅ ଡାକ୍ତରଖାନାରେ ଭର୍ତ୍ତି।

 


ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସାତନାଳ ଛକରେ ଗୋଟିଏ ଅଜଣା ଗାଡ଼ି ଧକ୍କାରେ ଡାକ ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ କୃଷ୍ଣ ସ୍ବାଇଁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଉଭୟେ ବାପା ପୁଅ କୌଣସି କାମରେ ମଠସରସିଂ ଯାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ପଛପଟୁ ଏକ ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ଡାକର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ କୋଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରି ପ୍ରତିବାଦ କରିଥିଲେ ଓ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS