Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

ମୃତ ବ୍ୟକ୍ତିଙ୍କ ପରିଚୟ ରେ ଜମି କିଣାବିକା, ଅଭିଯୋଗ ଆଣିଲେ ଉତ୍ତରାଧିକାରୀ ।

 


 ଗଞ୍ଜାମ ଜିଲ୍ଲା ସୋରଡ଼ା ରେ ଜମି କିଣାବିକା ରେ ମହା ଦୁର୍ନୀତି । ମୃତ ବ୍ୟକ୍ତିଙ୍କ ପରିଚୟ ପତ୍ର ଦେଇ ବିକିଦେଲେ 20 ଭରଣ ଜମି । ସୂଚନା ମୁତାବକ ସୋରଡ଼ା ତହସିଲ ଗାଜଲବାଡ଼ି ରାଜସ୍ବ ନିରୀକ୍ଷକ ଙ୍କ ପିପଲପଙ୍କା ମୌଜା ଠାରେ ଥିବା ଏକ ଜମି ଯାହାର ମାଲିକ ମୋହନ ଚାନ୍ଦ ଗୌଡ଼, ଗୋବିନ୍ଦ ଗୌଡ଼, ରଘୁନାଥ ଗୌଡ଼, ସହଦେବ ଗୌଡ଼,ସୋମନାଥ ଗୌଡ଼,କାଶୀନାଥ ଗୌଡ଼ ଓ ବିଜୟ ଗୌଡ଼ ଙ୍କ ନାମରେ ଅଛି କିନ୍ତୁ ଉକ୍ତ ବ୍ୟକ୍ତି ମାନେ ଆଜକୁ ପ୍ରାୟ 25 ବର୍ଷ ତଳୁ ମୃତ୍ୟୁ ବରଣ କରିସାରିଲେଣି । ଏହି ଜମି ଯାହାକି 20 ଭରଣ ହେବ ତାଙ୍କ ନାତି ଓ ପୁଅ ମାନଙ୍କ ନାମରେ ହୋଇନାହିଁ । ଏହାର ସୁଗୋଗ ନେଇ ଭଗବାନ ପୁର ଗ୍ରାମର ଜିତୁ ମହାକୁଡ଼ କିଛି ବ୍ୟକ୍ତି ଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ନାମରେ ମୃତ ବ୍ୟକ୍ତିଙ୍କ ଡୁପ୍ଲିକେଟ ଆଧାରକାର୍ଡ ବନାଇ ସୋରଡ଼ା ସବ୍ ରେଜିଷ୍ଟ୍ରାର ଅଫିସ ରେ 19 ମାର୍ଚ୍ଚ  2026ରେ ଠିଆ କରାଇ  ସେହି ଜମି ଗୁଡିକୁ ନିଜ ନାମରେ ରେଜିଷ୍ଟ କରାଇବା ସହ ପଟ୍ଟା ମଧ୍ୟ ପାଇଗଲେ । ହେଲେ ଜମିର ପକୃତ ମାଲିକଙ୍କ ପୁଅ ଓ ନାତି ମାନେ ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ନୃଷୀଙ୍ଗ ଗୌଡ଼, ଟିକିନା ଗୌଡ଼ ଓ ଗୋପୀ ଗୌଡ଼ ଏହି ବିଷୟରେ ଜାଣିବା ପରେ ସୋରଡ଼ା ସବ୍ ରେଜିଷ୍ଟ୍ରାର, ଥାନା ଓ ତହସିଲ ଦାର ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ସୋରଡ଼ା ପୋଲିସ ଜିତୁ ମହାକୁଡ଼ ଓ ଉଦୟ ଗୌଡ଼ ଙ୍କୁ ଉଠାଇ ଆଣି ଥାନା ରେ ଅଟକ ରଖି ପଚରା ଉଚରା କରୁଛି । ହେଲେ ବର୍ତ୍ତମାନ ଅଭିଯୋଗ କାରିଙ୍କ କହିବା ଅନୁସାରେ ଏହାର ପକୃତ ଓ ସଠିକ୍ ତଦନ୍ତ କରି ଦୋଷୀ ଙ୍କୁ ଦଣ୍ଡ ନିହାତି ଦେବା ଆବଶ୍ୟକ ରହିଛି ଏହା ତାଙ୍କର ଦାବୀ । ଏହି ଭଳି ଅତିତରେ ଜମି କିଣା ବିକା ରେ ଏପରି ଚଞ୍ଚକତା ହୋଇଥିବା ସନ୍ଦେହ କରାଯାଇ ସୋରଡ଼ା ଅଞ୍ଚଳ ରେ ସାଧାରଣ ରେ ଚର୍ଚ୍ଚା ହେଉଛି l

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS