ଧରାକୋଟ ବ୍ଲକ ଅନ୍ତର୍ଗତ ସବା ପଞ୍ଚାୟତର ମଙ୍ଗଳପୁର ଶୈବ ପିଠା ଠାରେ ଜିଲ୍ଲା ସ୍ତରୀୟ ନିରୀକ୍ଷଣ ସାଥି ମାଗଣା ଅଟୋ ଆମ୍ବୁଲାନସର ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି |ଏହି କାର୍ଯ୍ୟକ୍ରମକୁ ଧରାକୋଟ ମୁଖ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅଶୋକ ସାରଙ୍କ ନେତୃତ୍ୱରେ ତାଙ୍କ ଟିମ ଦ୍ୱାରା ଆୟୋଜିତ କରାଯାଇଥିଲା | କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀ ଭି.କୀର୍ତି ଭାସନ,ସି.ଡି.ଓ/ ଇ.ଓ ସମୀର ଜେନା ,ସି.ଡି.ଏମ/ପି.ହେଚ.ଓ ଡକ୍ଟର ଭବାନୀ ଶଙ୍କର ମିଶ୍ର ,ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ,ବି.ଡି.ଓ ସଂଗ୍ରାମ କେଶରୀ ଜେନା,ତହସିଲଦାର ଲମ୍ବୋଦର ମାରାଣ୍ଡି,ବଡ଼ଗଡ଼ ଥାନା ଅଧିକାରୀ ଶ୍ରୀ ବିମଲ କୁମାର କହଁର,ଏନ.ହେଚ.ଏମ ବୁଲୁ ନାଥ ସାହୁ,ଜିଲ୍ଲା ପରିଷଦ ଟୁକୁନା ଗୌଡ଼, ସମେତ ଜିଲ୍ଲର ଅନେକ ସ୍ୱାସ୍ଥ୍ୟ କର୍ମୀ,ଧରାକୋଟ ସି.ଡି.ପି.ଓ ମେଡମ,ସାବା ସରପଞ୍ଚ, ବଳରାମପୁର ସରପଞ୍ଚ,ସମିତି ସଭ୍ୟଙ୍କ ସହ ଅନେକ ସ୍ଥାନୀୟ ଲୋକଙ୍କ ଉପସ୍ତିତିରେ କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଛି |ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ୨୪୭ଟି ଦୁର୍ଗମ ଗ୍ରାମର ଗର୍ଭବତୀ ମହିଳାମାନଙ୍କୁ ଚିକିତ୍ସା କେନ୍ଦ୍ରକୁ ଯିବା ପାଇଁ ନିଶ୍ଚିତ ଯାତାୟାତ ସୁବିଧା ପ୍ରଦାନ କରାଜିନା ନେଇ ସୂଚନା ମିଳିଛି | ସାବା ବଳରାମପୁର ପଞ୍ଚାୟତରେ ପ୍ରମ୍ଭିକ ଭାବେ ୧୩ ଗୋଟି ଅଟୋ ନିର୍ଧାରଣ କରାଯାଇଥିବା ଦେଖିବାକୁ ମିଳିଛି | ଏହି ଅଟୋ ଆମ୍ବୁଲାନସ ଦ୍ୱାରା ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଗର୍ଭବତୀ ମହିଳା ଓ ୧ ବର୍ଷରୁ କାମ ବୟସର ଶିଶୁ ମାନଙ୍କ ମାଗଣାରେ ସ୍ୱାସ୍ଥ୍ୟ ସେବା ମିଳିପାରିବା ନେଇ ସୂଚନା ମିଳିଥିଲା | ଗୋଟିଏ ଗର୍ଭ ବତୀ ମହିଳା ଗର୍ଭାବସ୍ଥାରେ ପ୍ରାୟ ୩ ଥର ସ୍ୱାସ୍ଥ୍ୟ ପରୀକ୍ଷା ସହ ଅଲଟ୍ରା ସାଉଣ୍ଡ କରାଇବା ପାଇଁ ଅଲଟ୍ରା ସାଉଣ୍ଡ ଥିବା ଡାକ୍ତର ଖାନାକୁ ଯିବା ପାଇଁ ବାଧ୍ୟ୍ୟ ହୋଇଥାଏ ଓ ସେଥିରେ ତାହାର ଅନେକ ଅର୍ଥ ଖର୍ଚ ହେଉଥିବା ଜଣ ପଡିଛି ଉକ୍ତ ଅଟୋ ଆମ୍ବୁଲାନସ ଯୋଗୁ ହେଉଥିବା ଖର୍ଚ କମିବା ନେଇ ଲୋକ ମାନେ ପ୍ରତିକ୍ରିୟା ଦେଇଥିଲେ |ଉପାନ୍ତ ଅଞ୍ଚଳରେ ରହୁଥିବା ମହିଳା ମାନଙ୍କ ପ୍ରସବ ସମୟ ଆସିଲେ ଗାଁ ପର୍ଯ୍ୟନ୍ତ ୧୦୨ ଆମ୍ବୁଲାନସ ପହଁଚିବା କଷ୍ଟ ହୋଉଥିବାରୁ ଅନେକ ସମୟରେ ଖଟିଆରେ ବୁହା ହୋଇ ମହିଳା ମାନଙ୍କୁ ଆମ୍ବୁଲାନସ ପର୍ଯ୍ୟନ୍ତ ଆଣିବାକୁ ପଡୁଥିଲା ମାତ୍ର ବର୍ତମାନ ସରକାରଙ୍କ ଅଭିନବ ପ୍ରୟାସ ଯୋଗୁ ଆଉ ଖଟିଆରେ ବୁହା ହେବିନି ପ୍ରସ୍ତୁତି ମହିଳା | ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କ ସ୍ଵହସ୍ତରେ ପତାକା ଦେଖାଇ ଅଟୋ ଆମ୍ବୁଲାନସର ଶୁଭାରମ୍ଭ କରିଥିବା ଦରଖିବାକୁ ମିଳିଛି | ଏଭଳି ସ୍ୱାଗତ ଯୋଗ୍ୟ କାର୍ଯ୍ୟକ୍ରମରେ ଅଞ୍ଚଳ ବାସୀଙ୍କ ଖୁସି କହିଲେ ନସରେ |


